ରେଢ଼ାଖୋଲ: ହାତୀ ଆକ୍ରମଣରେ ଜଣେ ମୃତ

ରେଢ଼ାଖୋଲ: ହାତୀ ଆକ୍ରମଣରେ ଜଣେ ମୃତ

ରେଢ଼ାଖୋଲ: ରବିବାର ରାତିରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ରେ ଘରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ହାତୀଟିଏ ମାରିପକାଇଛି।

ଚାରମାଳ ପାଖ ଜଙ୍ଗଲ ଘେରା ଗାଁ ଟୁଟାମୁଣ୍ଡାରେ ନିଜ ଝାଟିମାଟି ଘରେ ସପରିବାର ଶୋଇଥିବା ଶ୍ରୀପତି ମୁଣ୍ଡାଙ୍କୁ ହାତୀ ଦଳି ପକାଇଥିଲା। ହାତୀଟି ଘର ଭାଙ୍ଗିବା ପରେ କେବଳ ଶ୍ରୀପତିଙ୍କୁ ଥୋଡ଼ପାହାରରେ ଉଠାଇ ନେଇ ପ୍ରାୟ ୧୦୦ ମିଟର ଦୂରରେ ଦଳି ପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଲୋକେ ଖବର ଦେବା ପରେ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ବ୍ୟବଚ୍ଛେଦ ପାଇଁ ଶବକୁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି।

ଏ ସଂକ୍ରାନ୍ତରେ ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe