ବିଶ୍ବ ହୋମିଓପ୍ୟାଥିକ କଂଗ୍ରେସରେ ଡାକ୍ତର ନନ୍ଦଙ୍କ ସନ୍ଦର୍ଭ ଉପସ୍ଥାପନା

Advertisment
ବିଶ୍ବ ହୋମିଓପ୍ୟାଥିକ କଂଗ୍ରେସରେ ଡାକ୍ତର ନନ୍ଦଙ୍କ ସନ୍ଦର୍ଭ ଉପସ୍ଥାପନା

ଭୁବନେଶ୍ବର : ଚଳିତ ମାସ ୭ରୁ ୧୦ ତାରିଖ ମଧ୍ୟରେ ତୁର୍କୀର ଇସ୍ଥନବୁଲ୍‌ରେ ଆନ୍ତର୍ଜାତିକ ହୋମିଓପ୍ୟାଥିକ କଂଗ୍ରେସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବର ପ୍ରାୟ ୩୦ଟି ଦେଶର ବହୁ ହୋମିଓପ୍ୟାଥିକ ଚିକିତ୍ସକ, ଭାରପ୍ରାପ୍ତ ଅଧିକାରୀ ଯୋଗ ଦେଇଥିବା ବେଳେ ୭୫ ଜଣ ଅଭିଜ୍ଞ ଗବେଷକ ସେମାନଙ୍କର ସନ୍ଦର୍ଭ ଉପସ୍ଥାପନା କରିଥିଲେ। ହୋମିଓପ୍ୟାଥି ଚିକିତ୍ସା ବର୍ତ୍ତମାନ ୧୭୩ଟି ଦେଶରେ ଆଇନସମ୍ମତ ଚିକିତ୍ସା ଭାବେ ବ୍ୟବହୃତ ହେଉଛି। ଏହି ଚିକିତ୍ସାକୁ ଅଧିକ ଉପାଦେୟ କରିବା ପାଇଁ ବିଭିନ୍ନ ଦେଶର ଔଷଧ ପ୍ରସ୍ତୁତି ପ୍ରଣାଳୀ, ଶିକ୍ଷା ପଦ୍ଧତି, ନୂତନ ଔଷଧର ସୃଷ୍ଟି ଓ ବ୍ୟବହାର, ବିଭିନ୍ନ ଜଟିଳ ରୋଗ ପାଇଁ ଏହାର ପ୍ରଜୁର୍ଯ୍ୟତାର ସମ୍ମୀକରଣ ଉପରେ ଆଲୋଚନା କରାଯାଇ ଉପଦେଶାବଳୀମାନ ପ୍ରସ୍ତୁତ କରାଯାଇଛି। ଡା. ଲକ୍ଷ୍ମୀକାନ୍ତ ନନ୍ଦ ଏହି ସମ୍ମିଳନୀରେ ସର୍ଭିକାଲ ସ୍ପଣ୍ଡିଲୋସିସ୍‌ରେ କେତେକ ନୂତନ ଔଷଧ ଉପାଦେୟତା ଉପରେ ସନ୍ଦର୍ଭ ଉପସ୍ଥାପନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe