registry office not free from Broker: Minister observes during surprise visit Photograph: (sambad.in)
କଟକ: ରେଜେଷ୍ଟ୍ରି ଅଫିସ୍ ଦଲାଲ ମୁକ୍ତ ହୋଇନି। କଟକ ଆଇଜିଆର ଅଫିସ୍କୁ ସରପ୍ରାଇଜ୍ ଭିଜିଟ୍ ବେଳେ ଏଆଇ କଣ୍ଟ୍ରୋଲ ରୁମ୍ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆଖିରେ ଏଭଳି ଏକ ଘଟଣା ଧରା ପଡ଼ିଛି। ବିଭିନ୍ନ ରେଜିଷ୍ଟ୍ରି ଅଫିସ୍କୁ କିଛି ଲୋକ ବାରମ୍ବାର ଆସୁଛନ୍ତି।
ସେମାନଙ୍କ ଉଦ୍ଦେଶ୍ୟ ମହତ୍ ନୁହେଁ ବୋଲି ମନ୍ତ୍ରୀ ସନ୍ଦେହ କରିଛନ୍ତି । ରେଜିଷ୍ଟ୍ରି ଅଫିସ୍କୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବାକୁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସରକାରୀ କାମରେ ବିଳମ୍ବ କଲେ ଅଧିକାରୀଙ୍କ ଉପରେ ଜରିମାନା ମଧ୍ୟ ଲାଗୁ ହେବ। କିଛି ଅଧିକାରୀ କାର୍ଯ୍ୟରେ ବିଳମ୍ବ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଜରିମାନା ଲାଗୁ କରିବାକୁ ମନ୍ତ୍ରୀ ସରପ୍ରାଇଜ୍ ଭିଜିଟ୍ ବେଳେ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: କୋରାପୁଟରେ ଆନ୍ଧ୍ରପ୍ରଦେଶର ପ୍ରଭାବ କମିଛି: ରାଜସ୍ବ ମନ୍ତ୍ରୀ
ସୋମବାର ହଠାତ୍ କଟକ ଆଇଜିଆର ଅଫିସ୍ରେ ସରପ୍ରାଇଜ୍ ଭିଜିଟ୍ରେ ରାଜସ୍ବ ମନ୍ତ୍ରୀ ପହଞ୍ଚିଥିଲେ। କେତେ ଆବେଦନ ଆସିଛି କେତେ ସମୟ ସୀମାରେ ସରିଛି। ଆଉ କଣ ସମସ୍ୟା ରହିଛି ସେ ବିଷୟରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଏଆଇ କଣ୍ଟ୍ରୋଲ ରୁମ୍ରେ ସମୀକ୍ଷା କରିବା ସହ ମନ୍ତ୍ରୀ ସାଧାରଣ ଲୋକଙ୍କ ମତାମତ ନେଇଥିଲେ।
ମନ୍ତ୍ରୀ କହିଛନ୍ତି ସକାରାତ୍ମକ ମତାମତ ଆସିଛି, କିନ୍ତୁ କିଛି ଅବ୍ୟବସ୍ଥା ରହିଛି। ଆଇଜିଆର ଅଫିସରେ ଏକା ସାଙ୍ଗରେ ଭିଡ଼ ହୋଇ ଯାଉଛି। ସୋସାଇଟି ରେଜିଷ୍ଟ୍ରେସନ ବିଳମ୍ବ ହେଉଥିବାରୁ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟକୁ ସଂଶୋଧନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ କଲେଜ୍ ଉପରେ ଖସିଲା ବିମାନ: ଜଣେ ମୃତ, ଏକାଧିକ ଆହତ
Suresh Pujari | society act registration
Follow Us