ନିୟମିତ ରକ୍ତଦାନ ହୃଦଘାତ ଓ କର୍କଟ ରୋଗର ଆଶଙ୍କାକୁ କମ୍ କରିଥାଏ: ବିଶେଷଜ୍ଞ

Advertisment

ଏମ୍ସ ଭୁବନେଶ୍ୱରରେ ବିଶ୍ୱ ରକ୍ତଦାତା ଦିବସ

ଏମ୍ସ ଭୁବନେଶ୍ୱରରେ ବିଶ୍ୱ ରକ୍ତଦାତା ଦିବସ

ନିୟମିତ ରକ୍ତଦାନ ହୃଦଘାତ ଓ କର୍କଟ ରୋଗର ଆଶଙ୍କାକୁ କମ୍ କରିଥାଏ: ବିଶେଷଜ୍ଞ

ଭୁବନେଶ୍ୱର: ନିୟମିତ ରକ୍ତଦାନ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ହୃଦୟ ସବୁବେଳେ ସୁସ୍ଥ ଓ ସତେଜ ରହିଥାଏ। ରକ୍ତଦାନ ଫଳରେ ହୃଦଘାତ ଓ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ରକ୍ତଦାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଣେ ଦାତା ତିନିରୁ ଚାରିଜଣଙ୍କ ଜୀବନ ରକ୍ଷା କରିଥାଏ ବୋଲି ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏମ୍ସ ଭୁବନେଶ୍ୱରରେ ଅନୁଷ୍ଠିତ ସ୍ୱତନ୍ତ୍ର ସଚେତନତାମୂଳକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ସ୍ବେଚ୍ଛାକୃତ ରକ୍ତଦାତା, ବିଶେଷକରି ନିୟମିତ ଦାତା, ରକ୍ତଦାନ ଦ୍ୱାରା ଏଚ୍.ଆଇ.ଭି, ହେପାଟାଇଟିସ୍ ଜୀବାଣୁ ଏବଂ ଅନ୍ୟାନ୍ୟ ରକ୍ତ ସଂକ୍ରମଣକୁ ରୋକିବାରେ ପ୍ରଥମ ଧାଡ଼ିର ଯୋଦ୍ଧା ପାଲଟନ୍ତି। ସ୍ୱେଚ୍ଛାସେବୀ ଦାତାମାନେ ମଧ୍ୟ ସୁରକ୍ଷିତ ରକ୍ତର ମହତ୍ତ୍ୱ ଜାଣନ୍ତି, ଫଳରେ ସେମାନେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖନ୍ତି, ଯାହା ରକ୍ତଦାନ ଉଦ୍ଦେଶ୍ୟରେ ରକ୍ତ ଉପାଦାନଗୁଡ଼ିକର ସର୍ବୋଚ୍ଚ ମାତ୍ରା ପାଇଁ ଆବଶ୍ୟକ । ସେହିଭଳି, ରକ୍ତର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପର୍ଯ୍ୟାପ୍ତ ସୁସ୍ଥ ସ୍ବେଚ୍ଛାସେବୀ ଦାତାଙ୍କ ସନ୍ତୁଳନ ବଜାୟ ରଖିବା ନିହାତି ଆବଶ୍ୟକ । ଏହି ଅବସରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରକ୍ତଦାନ ନିମନ୍ତେ ଆଗେଇ ଆସିବାକୁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ।

publive-image

ଏହି ଦିବସ ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏମ୍ସ ନର୍ସିଂ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୫୦ ରୁ ଅଧିକ ରକ୍ତଦାତା ରକ୍ତ ଦାନ କରିଥିଲେ। ରକ୍ତ କର୍କଟ (କ୍ଲିନିକାଲ୍ ହେମାଟୋଲୋଜି) ବିଭାଗର ଡକ୍ଟର ପ୍ରବୋଧ ଦାସ, ହସ୍ପିଟାଲ ପ୍ରଶାସନ ବିଭାଗର ଡକ୍ଟର (ମେଜର) ମୁକୁନ୍ଦ ଚନ୍ଦ୍ର ସାହୁ, ସିଏମଏଫଏମ ବିଭାଗର ଡକ୍ଟର ବିନୋଦ ପାତ୍ର, ଆନାଟୋମୀ ବିଭାଗର ଡକ୍ଟର ପ୍ରଭାସ ରଂଜନ ତ୍ରିପାଠୀ, ଟ୍ରାନ୍ସଫ୍ୟୁସନ ମେଡିସିନ୍ ବିଭାଗର ଡକ୍ଟର ସୋମନାଥ ମୁଖାର୍ଜୀଙ୍କ ସମେତ ଡକ୍ଟର ଅଂଶୁମାନ ସାହୁ, ଡକ୍ଟର ଦେବାଶିଷ ମିଶ୍ର, ଡକ୍ଟର ପ୍ରିୟମାଧବ ବେହେରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ କାର୍ଲ ଲ୍ୟାଣ୍ଡଷ୍ଟାଇନ୍‌ଙ୍କ ଜନ୍ମଦିନରେ ପ୍ରତିବର୍ଷ ଜୁନ ୧୪ ତାରିଖରେ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ । ଏବିଓ ବ୍ଲଡ୍ ଗ୍ରୁପ୍ ସିଷ୍ଟମ୍ ଆବିଷ୍କାର ପାଇଁ ଲ୍ୟାଣ୍ଡଷ୍ଟାଇନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe