ସମ୍ପତ୍ତି ଆଗରେ ସଂପର୍କ ତୁଚ୍ଛ: ବଡ଼ଭାଇଙ୍କୁ ଗଳା କାଟି, ଭାଉଜଙ୍କୁ ବିଷ ପିଆଇ ମାରିଲା

ସମ୍ପତ୍ତି ଆଗରେ ସଂପର୍କ ହେଲା ତୁଚ୍ଛ।  ନିଜ ଭାଇ ହେଲା ଭଗାରି। ବର୍ବରତାର ସବୁ ସୀମା ଲଂଘି ବଡ଼ଭାଇର ଗଳା କାଟିଦେଲା। ଭାଉଜଙ୍କୁ ବିଷ ପିଆଇ ମାରିଲା। ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ ଖଣ୍ଡଦେଉଳି ପଞ୍ଚାୟତର ସମେଇଗୁଡ଼ା ଗ୍ରାମରେ ଘଟିଛି ଏଭଳି ଛାତିଥରା ଡବଲ୍‌ ମର୍ଡର।

dgjgdjgjdgj

ଆସିକା: ସମ୍ପତ୍ତି ଆଗରେ ସଂପର୍କ ହେଲା ତୁଚ୍ଛ।  ନିଜ ଭାଇ ହେଲା ଭଗାରି। ବର୍ବରତାର ସବୁ ସୀମା ଲଂଘି ବଡ଼ଭାଇର ଗଳା କାଟିଦେଲା। ଭାଉଜଙ୍କୁ ବିଷ ପିଆଇ ମାରିଲା। ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ ଖଣ୍ଡଦେଉଳି ପଞ୍ଚାୟତର ସମେଇଗୁଡ଼ା ଗ୍ରାମରେ ଘଟିଛି ଏଭଳି ଛାତିଥରା ଡବଲ୍‌ ମର୍ଡର। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ  ଭୋବନୀ ପାତ୍ର ନିଜ ବଡ଼ଭାଇ ରାଜୁ ପାତ୍ର ଓ ଭାଉଜ ଲକ୍ଷ୍ମୀ ପାତ୍ରଙ୍କୁ ଜମିରେ ହିଁ ହତ୍ୟା କରିଛି। ଏହି ଜଘନ୍ୟ କାଣ୍ଡରେ ଭୋବନୀର ପତ୍ନୀ ରଞ୍ଜିତା ଓ ପୁଅ ପୁପୁନ୍‌ ବି ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ପତ୍ନୀ, ପୁଅ ବି ହତ୍ୟାକାଣ୍ଡରେ ସଂପୃକ୍ତ

ସମେଇଗୁଡ଼ା ଗ୍ରାମ ନିକଟସ୍ଥ କନ୍ଧପଦରରେ ଥିବା ଏକ ଜମିକୁ ନେଇ ଦୁଇଭାଇ ଭୋବନୀ ଓ ରାଜୁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ପୂର୍ବରୁ ଭୋବନୀର ପୁଅ ବହୁବାର ରାଜୁଙ୍କୁ ଏଥିପାଇଁ ହତ୍ୟା ଧମକ ଦେଇଥିଲା। ଆଜି ଭୋର୍‌ରେ ପୁଣି ଥରେ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେତବେଳେ ଗ୍ରାମର ଅନ୍ୟମାନେ ବି ଉପସ୍ଥିତ ଥିଲେ। ତେବେ ସକାଳ ପ୍ରାୟ ୯ଟା ବେଳେ ଭୋବନୀ ତା’ର ପତ୍ନୀ ରଞ୍ଜିତା ଓ ପୁଅ ପୁପୁନ୍‌ ସହ ଜମିରେ ପହଞ୍ଚିଥିଲା। କେହି ନଥିବା ସୁଯୋଗରେ ତିନିଜଣ ମିଶି ବିଭିନ୍ନ ମାରଣାସ୍ତ୍ରରେ ରାଜୁଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗଳାକୁ କାଟି ପକାଇଥିଲେ। କେବଳ ଏତିକି ନୁହେଁ ପିଠି ପଟୁ ଭୁସି ଦେଇଥିଲେ। ଏହି ସମୟରେ ବିଲରେ ଧାନ ବାଛୁଥିବା ଲକ୍ଷ୍ମୀ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ତାଙ୍କୁ ଣି ଆଣି ପିଟିବା ସହ ବିଷ ପିଆଇ ଦେଇଥିଲେ।

ଘଟଣାସ୍ଥଳରେ ରାଜୁଙ୍କ ମୃତ୍ୟୁ ଗଟିଥିବା ବେଳେ ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ଉପଖଣ୍ଡ ଡାକ୍ତରଖାନା ଏବଂ ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ମୃତ ରାଜୁଙ୍କ ପୁଅ ସନ୍ତୋଷଙ୍କ ଏତଲା ଆଧାରରେ ଆସିକା ଥାନାରେ କେସ୍ ନମ୍ବର ୭୩୮/୨୪ର ଏକ ହତ୍ୟା ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳ‌ରେ ପହଞ୍ଚି ତଦନ୍ତ କରିଛି। ଦୁଇଜଣଙ୍କୁ ଅଟକ ରଖାଯାଇଥିବା ଆସିକା ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ପୈତୃକ ସମ୍ପତ୍ତିରୁ ଭାଗରେ ପାଇଥିବା ଜମି ଓ ନିଜେ ଭୋବନୀ କିଣିଥିବା ଜମିର ହିଡ଼ରେ ଥିବା‌ କଦଳୀ ଓ ଚାକୁଣ୍ଡାଗଛ ଆଦି କାରଣକୁ ନେଇ ଏଭଳି ବର୍ବର କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe