କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସମ୍ପର୍କୀୟ ଲୋକେ

Advertisment
କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସମ୍ପର୍କୀୟ ଲୋକେ

ଭୁବନେଶ୍ୱର: ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରି ପୀଡ଼ିତାଙ୍କ ସମ୍ପର୍କୀୟମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅଧିନରେ ଥିବା ତଦନ୍ତକାରୀ ସଂସ୍ଥା ଉପରୁ ଆସ୍ଥା ହରାଇବା ପରେ ସିବିଆଇ ଦ୍ୱାରା ମାମଲାର ତଦନ୍ତ କରାଯାଉ ବୋଲି ପୀଡ଼ିତାଙ୍କ ସମ୍ପର୍କୀୟମାନେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଦୁଷ୍କର୍ମର ଶିକାର ହେବା ପରେ କୁନ୍ଦୁଲି ପୀଡ଼ିତାଙ୍କ ପରିବାର ଲୋକେ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ଥାନାରେ ଅଭିଯୋଗ ଆଣିଥିଲେ। ବହୁ ଦିନଧରି ପୀଡ଼ିତାଙ୍କୁ ହସ୍ପିଟାଲରେ ସଂଘର୍ଷ କରିବାକୁ ପଡ଼ିଥିଲା। ପୀଡ଼ିତାଙ୍କ ମେଡ଼ିକାଲ ରିପୋର୍ଟ ନେଇ ବିଭିନ୍ନ ପ୍ରକାରର ନାଟକୀୟ ମୋଡ଼ ଦେଖାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୀର୍ଘ ସାଢ଼େ ତିନି ମାସ ପର୍ଯ୍ୟନ୍ତ ମାନସିକ ଚାପରେ ରହିବା ପରେ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଥିଲେ। ଏହା ପରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe