ଶବ ନେବାକୁ ଡାକ୍ତରଖାନାରେ ସଂପର୍କୀୟଙ୍କ ଟଣାଓଟରା

Advertisment

ଦୁର୍ଘଟଣାରେ ଚାଲିଗଲା ଜୀବନ

ଦୁର୍ଘଟଣାରେ ଚାଲିଗଲା ଜୀବନ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ଜଳେଶ୍ଵର: ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧୀନ ଚାଳନ୍ତି ନିକଟରେ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଶବ କିଏ ନେବ, ତାକୁ ନେଇ ସମ୍ପର୍କୀୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ବିବରଣୀରୁ ପ୍ରକାଶ ଯେ ରାସଗୋବିନ୍ଦପୁର ଥାନା ପାରୁଳିଆ ଗ୍ରାମର ଅଶୋକ କୁମାର ନନ୍ଦୀ ଆଜି ଭୋର ସାଢ଼େ ୪ଟା ସମୟରେ ନିଜ ଓଡି-୦୧-ଏଜି-୯୭୮୦ ନମ୍ବର ବିଶିଷ୍ଟ ଏକ ବାଇକ୍‌ରେ ଘରୁ ଜଳେଶ୍ଵର ଅଭିମୁଖେ ବାହାରି ଆସିଥିଲେ। ଏହି ସମୟରେ ୬୦ ନମ୍ବର ଜାତୀୟ ରାଜପଥର ଚାଳନ୍ତି ନିକଟରେ ଓଡି-୦୧-ଏକେ-୯୦୩୨ ନମ୍ବର ବିଶିଷ୍ଟ ଏକ ଦୃତଗାମୀ ବାଇକ୍‌ ଅଶୋକଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ସ୍ଥାନୀୟ ଲୋକେ ଏନ୍‌ଏଚ୍‌ ଆମ୍ବୁଲାନ୍‌ସ ଯୋଗେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ୍‌କୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ତେବେ ଅଶୋକଙ୍କ ଜନ୍ମମାଟି ଜଳେଶ୍ଵର ଥାନା ଅଧୀନ ଆରୁହା ଗ୍ରାମ ହୋଇଥିବା ବେଳେ ପ୍ରଥମ ପତ୍ନୀଙ୍କ ପୁଅ ଓ ବଡ଼ଭାଇ ଶବ ନେବାକୁ ଦାବି କରିଥିଲେ।

ଅନ୍ୟପକ୍ଷରେ ଅଶୋକଙ୍କ ଦ୍ବିତୀୟ ପତ୍ନୀ ଓ ତାଙ୍କ ସାନ ଝିଅ ଶବ ନେବାକୁ ଅଡ଼ି ବସିଥିଲେ। ଫଳରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ଆଗରେ କିଛି ସମୟ ଧରି ସମ୍ପର୍କୀୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯାହା ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ତେବେ ଜଳେଶ୍ଵର ପୁଲିସ ପହଞ୍ଚି ଯେଉଁମାନେ ସ୍ଥାୟୀ ବାସିନ୍ଦା କିମ୍ବା ଅନ୍ୟ ପ୍ରମାଣପତ୍ର ଦେଖାଇବବେ, ସେମାନେ ହିଁ ଶବ ନେଇ ପାରିବେ ବୋଲି କହିଥିଲେ।

ଏହାପରେ ପାରୁଳିଆର ଅଶୋକଙ୍କ ଦ୍ବିତୀୟ ପତ୍ନୀ ଓ ଝିଅ ଅଶୋକଙ୍କ ପାରୁଳିଆ ଠିକଣାରେ ଥିବା ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ଦେଖାଇଥିଲେ। ଫଳରେ ପୁଲିସ ସେମାନଙ୍କୁ ଅଶୋକଙ୍କ ଶବ ହସ୍ତାନ୍ତର କରିଥିଲା। ଘଟଣା ବାବଦରେ ଅଶୋକଙ୍କ ପତ୍ନୀ ରିନା ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe