ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷାରେ ଦିବ୍ୟାଙ୍ଗଙ୍କ ଲାଗି କୋହଳ: ଘଣ୍ଟାକରେ ୨୦ ମିନିଟ୍ ଅତିରିକ୍ତ ସମୟ

Advertisment
ବନ୍ୟା ପାଇଁ ଏଏସ୍‌ଓ ଲିଖିତ ପରୀକ୍ଷା ସ୍ଥଗିତ, ୨୧ ତାରିଖରେ ହୋଇଥାନ୍ତା ପରୀକ୍ଷା

Image Courtesy of Zee News

ଭୁବନେଶ୍ବର: ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷାରେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ନିୟମରେ କୋହଳ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ଲେଖାଳିର ବ୍ୟବସ୍ଥା ହୋଇଛି। ସହାୟକ ଲେଖାଳିର ଶିକ୍ଷାଗତ ଯୋଗ୍ୟତା ପରୀକ୍ଷାର୍ଥୀର ଶ୍ରେଣୀଠାରୁ ଗୋଟିଏ ଶ୍ରେଣୀ ତଳ ହୋଇଥିବା ଆବଶ୍ୟକ। ଏକ ଘଣ୍ଟାର ପରୀକ୍ଷା ସମୟ ଅବଧି ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୨୦ମିନିଟ୍‌ ପ୍ରଦାନ କରାଯିବ। ଏଥିସହ ପରୀକ୍ଷାର୍ଥୀଙ୍କ ଲାଗି ଯଥାସମ୍ଭବ ତଳ ମହଲାରେ ପରୀକ୍ଷା ‌ସ୍ଥାନର ବ୍ୟବସ୍ଥା, ଶ୍ରବଣବାଧିତ ପରୀକ୍ଷାର୍ଥୀଙ୍କ ପାଇଁ ଦ୍ବିତୀୟ ଭାଷା ଓ ତୃତୀୟ ଭାଷା ଭାବେ ଭିଜୁଆଲ ଆର୍ଟ ଚୟନ କରିବାର ବିକଳ୍ପ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ୫୦% ପର୍ଯ୍ୟନ୍ତ ଶ୍ରେଣୀ ଉପସ୍ଥାନ କୋହଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଥିପାଇଁ ପରୀକ୍ଷାର୍ଥୀଙ୍କ ଅଭିଭାବକ ଲିଖିତ ଭାବେ ଦିବ୍ୟାଙ୍ଗ ହେବାର ବୈଧ ପ୍ରମାଣପତ୍ର ସହ ବିଦ୍ୟାଳୟ ମୁଖ୍ୟଙ୍କ ଜରିଆରେ ପରୀକ୍ଷା ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦର କ୍ଷେତ୍ରୀୟ କାର୍ଯ୍ୟାଳୟରେ ଆବେଦନ କରିବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ଓ ପ୍ରାଧିକରଣ (ଓସେପା) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଅଧୀନରେ ଯୁକ୍ତ୨ ପରୀକ୍ଷା ଦେବାକୁ ଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ଫି’ କୋହଳ ହୋଇଛି। ଲେଖିବାରେ ସମସ୍ୟା ଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ଲେଖାଳିର ବ୍ୟବସ୍ଥା, ପରୀକ୍ଷାର ଏକ ଘଣ୍ଟା ସମୟ ଅବଧି ପାଇଁ ଅତିରିକ୍ତ ୨୦ ମିନିଟ୍‌, ଶ୍ରବଣବାଧିତ ପରୀକ୍ଷାର୍ଥୀଙ୍କ ଲାଗି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ସବୁ ସୁବିଧା ଲାଗି ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀ ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ଲିଖିତ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅଧ୍ୟକ୍ଷ/ପ୍ରଧାନଶିକ୍ଷକଙ୍କୁ ଫର୍ମ ପୂରଣ ସମୟରେ ଉଦ୍ଦିଷ୍ଟ ଫର୍ମରେ ଆବେଦନ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe