ଗାଡ଼ି ଚାଲାଣ ଜରିମାନାରେ କୋହଳ: ଏବେ ଏତିକି କରିବାକୁ ହେବ ପୈଠ

ରାସ୍ତାରେ ଯିବା ବେଳେ ଯେଉଁମାନଙ୍କର ଗାଡ଼ିର ଚାଲାଣ କଟିଛି, ସେମାନଙ୍କୁ ରାଜ୍ୟ ସରକାର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚାଲାଣ କଟିଥିବା ବାହନର ଜରିମାନାରେ ରାଜ୍ୟ ସରକାର ବଡ଼ କୋହଳ କରିଛନ୍ତି।

Untitled-27

ଭୁବନେଶ୍ବର: ରାସ୍ତାରେ ଯିବା ବେଳେ ଯେଉଁମାନଙ୍କର ଗାଡ଼ିର ଚାଲାଣ କଟିଛି, ସେମାନଙ୍କୁ ରାଜ୍ୟ ସରକାର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚାଲାଣ କଟିଥିବା ବାହନର ଜରିମାନାରେ ରାଜ୍ୟ ସରକାର ବଡ଼ କୋହଳ କରିଛନ୍ତି। କୌଣସି ପରିସ୍ଥିତିରେ ଚାଲାଣ କଟିଥିବା ଲୋକଙ୍କୁ ଜରିମାନାର ୫୦ ପ୍ରତିଶତ ପୈଠ କରିବାକୁ ହେବ। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କର ଚାଲାଣ କଟିଛି, ଏଥି ପାଇଁ ‌ମୋଟ୍‌ ପରିମାଣର ୫୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆବଶ୍ୟକତା ଠାରୁ ଅଧିକ ଏବଂ ବିନା ବୈଧ ଲାଇସେନ୍ସରେ ଲା‌ଇସେନ୍ସ କଟିଥିଲେ ୫,୦୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ପୈଠ କରିବେ। ସେହିପରି ବୈଧ ଲାଇସେନ୍ସ ବିନା ଗାଡ଼ି ଚଲାଇ ୫,୦୦୦ ଟଙ୍କାର ଚାଲାଣ କଟିଥିଲେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ। 

କୌଣସି ପରିସ୍ଥିତିରେ ଚାଲାଣ କଟିଥିବା ଲୋକଙ୍କୁ ଜରିମାନାର ୫୦ ପ୍ରତିଶତ ପୈଠ କରିବାକୁ ହେବ। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କର ଚାଲାଣ କଟିଛି, ଏଥି ପାଇଁ ‌ମୋଟ୍‌ ପରିମାଣର ୫୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ।

ଡ୍ରାଇଭର ଅଥବା ପାସେଞ୍ଜର ବିନା ସିଟ୍‌ ବେଲ୍ଟରେ ଯାତ୍ରା ସମୟରେ ଚାଲାଣ କଟିଥିଲେ ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ବାଇକ୍‌ରେ ଆବଶ୍ୟକତା ଠାରୁ ଅଧିକ ଯାଉଥିବା ଅଭିଯୋଗରେ କଟିଥିବା ଚାଲାଣର ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଦେବାକୁ କୁହାଯାଇଛି। ସେହିପରି ବିନା ହେଲ୍‌ମେଟ୍‌ ପିନ୍ଧି ଗାଡ଼ି ଚଳାଉଥିବା ନେଇ ୧,୦୦୦ ଟଙ୍କା ଚାଲାଣ କଟିଥିଲେ ୫୦୦ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଛି। 

ପରିବହନ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ, ଜରୁରୀକାଳୀନ କାମରେ ଥିବା ଗାଡ଼ିକୁ ଯିବାକୁ ଦିଆ ନଯିବା କାରଣରୁ ୧୦,୦୦୦ ଟଙ୍କା ଜରିମାନା ହୋଇଥିଲେ, ୫୦୦୦ ଟଙ୍କା ପୈଠ କରିବାକୁ ପଡ଼ିବ। ସେହିପରି ବିନା ବୀମାରେ ପରିବହନ ବିଭାଗ ହାତରେ ଧରାପଡ଼ିବା କାରଣରୁ ୨୦୦୦ ଟଙ୍କା ଜରିମାନା ଲାଗିଥିଲେ ୧୦୦୦ ଟଙ୍କା ଦେବାକୁ ହେବ। 

Transport

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe