କୋହଳ ହେଲା ଧାଡ଼ି ଦର୍ଶନ

Advertisment

ଅନ୍ୟ ଦ୍ବାରରେ ଯାଇପାରିବେ ଭକ୍ତ, ସ୍ବତନ୍ତ୍ର ଦିନରେ କଟକଣା, କାର୍ତିକରେ ସାଢ଼େ ୯ଟାରେ ବନ୍ଦ ହେବ ଉତ୍ତର ଦ୍ବାର

ଅନ୍ୟ ଦ୍ବାରରେ ଯାଇପାରିବେ ଭକ୍ତ, ସ୍ବତନ୍ତ୍ର ଦିନରେ କଟକଣା, କାର୍ତିକରେ ସାଢ଼େ ୯ଟାରେ ବନ୍ଦ ହେବ ଉତ୍ତର ଦ୍ବାର

ମହାପ୍ରଭୁଙ୍କୁ ଅଖିଆ, ଅପୂଜା ରଖିବା ଘଟଣା: କମାଣ୍ଡରଙ୍କ ସମେତ ୯ ଜଣଙ୍କ ବୟାନ ରେକର୍ଡ଼

ପୁରୀ: ସୁପ୍ରିମ୍‌କୋର୍ଟଙ୍କ ଅନ୍ତରୀଣ ଆଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିଥିଲା ସେଥିରେ କୋହଳ କରିଛି। ସିଂହଦ୍ବାରରେ ପୂର୍ବ ପରି ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଇଥିଲେ ମଧ୍ୟ ଭକ୍ତମାନେ ଚାହିଁଲେ ଅନ୍ୟ ଦ୍ବାର ଦେଇ ଶ୍ରୀମନ୍ଦିରକୁ ଯାଇପାରିବେ। ସେହିପରି ସିଂହଦ୍ବାରରୁ ଧାଡ଼ିରେ ଯାଉଥିବା ଭକ୍ତମାନେ ଚାହିଁଲେ ଶ୍ରୀମନ୍ଦିର ପରିସରରେ ଧାଡ଼ିରୁ ବାହାରି ପାରିବେ। ଅବଢ଼ା କିଣାକିଣିଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ଥାନ ବୁଲିପାରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ-ପରିଚାଳନା କମିଟି-ସେବାୟତଙ୍କ ମିଳିତ ବୈଠକରେ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି। ସେପଟେ କାର୍ତିକ ମାସ ଶେଷ ପରେ ଆନନ୍ଦ ବଜାରରେ ଅବଢ଼ାକୁ ନେଇ ଦେଖା ଦେଉଥିବା ବିଶୃଙ୍ଖଳା ଉପରେ ବିଚାର କରାଯିବ। କାର୍ତିକ ମାସ ସରିବା ପରେ ଅବଢା ଦର ତାଲିକା ଲାଗିବା ସହ ଅଭିଯୋଗ କେନ୍ଦ୍ର ଖୋଲାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ହବିଷ୍ୟାଳିଙ୍କୁ ପ୍ରଥମ ଭୋଗମଣ୍ଡପ ମହାପ୍ରସାଦ ଯୋଗାଇ ଦେବାକୁ ବି ବୈଠକରେ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଆଜିର ଏହି ବୈଠକରେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ୍ ଷଡ଼ଙ୍ଗୀଙ୍କ ସମେତ ପରିଚାଳନା କମିଟିର ୬ ଜଣ ସଦସ୍ୟ, ସୁପକାର ନିଯୋଗର କର୍ମକର୍ତା, ମୁକ୍ତି ମଣ୍ଡପର ୫ ଜଣ ସଦସ୍ୟ ଓ ସେବାୟତ ଉପସ୍ଥିତ ଥିଲେ। ଧାଡ଼ି ଦର୍ଶନକୁ ନେଇ ନାନାଦି ବିଶୃଙ୍ଖଳା ଦେଖା ଦେଉଥିବାରୁ ଏହାକୁ କୋହଳ କରିବା ଲାଗି ବୈଠକରେ ଆଲୋଚନା ହୋଇଥିଲା। ବିଚାର ବିମର୍ଶ ପରେ ସିଂହଦ୍ବାରରେ ଯେଉଁଭଳି ଧାଡ଼ି ଦର୍ଶନ ଚାଲିଛି ତାକୁ ବଳବତ୍ତର ରଖାଯାଇଛି। କିନ୍ତୁ ଧାଡ଼ିରେ କେବଳ ଶ୍ରୀମନ୍ଦିରକୁ ନୁହେଁ, ଭକ୍ତ ଚାହିଁଲେ ଧାଡ଼ିରୁ ବାହାରି ମନ୍ଦିରର ଅନ୍ୟ ସ୍ଥାନକୁ ଯାଇ ପାରିବ ବୋଲି ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରବେଶ ଏବଂ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆରମ୍ଭରୁ ଏହାକୁ ବିରୋଧ ପରେ ଆଜି ଏହି ନିଷ୍ପତ୍ତିରେ ପରିବର୍ତନ କରାଯାଇଛି। କେବଳ ସ୍ବତନ୍ତ୍ର ଦିନମାନଙ୍କରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ପଞ୍ଚୁକ ସମେତ ଦୀପାଭଳି ଭଳି ସ୍ବତନ୍ତ୍ର ପର୍ବପର୍ବାଣିରେ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏଣୁ ଭକ୍ତମାନେ ସିଂହଦ୍ବାର ସମେତ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ବାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଅନ୍ୟପଟେ କାର୍ତିକ ମାସରେ ସାଢ଼େ ୯ଟାରୁ ଉତ୍ତର ଦ୍ବାର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ପୁରୀ ହିଂସାକାଣ୍ଡ ଘଟଣାରେ ଶହେରୁ ଅଧିକ ଗିରଫ ହୋଇ ସାରିଥିବା ବେଳେ ଏହାକୁ ବନ୍ଦ କରିବା ଲାଗି ପରିଚାଳନା କମିଟି ସଦସ୍ୟ ଓ ସୁପକାର ନିଯୋଗର କର୍ମକର୍ତା ଆଇଜିଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe