କଟକ: ନବଦିଗନ୍ତ କ୍ୟାପିଟାଲ ସର୍ଭିିସେସ୍ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଛନ୍ଦି ହୋଇ ୨୦୧୪ରୁ ଜେଲରେ ଥିବା ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଅକ୍ଟୋବର ୨୫ରେ ଶ୍ରୀ ବଗର୍ତ୍ତିଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ମାମଲାର ରାୟ ପ୍ରକାଶ ପାଇଛି। ପ୍ରକାଶିତ ରାୟରେ ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡିବା ପାଇଁ ଭୁବନେଶ୍ୱର ସିବିଆଇ ଅଦାଲତକୁ ନିର୍ଦ୍ଦେଶ ଦିଆଯାଇଛି। ଜାମିନରେ ଛାଡ ପାଇବା ପାଇଁ ସେ ନିମ୍ନ ଅଦାଲତରେ ୨ ଲକ୍ଷ ଟଙ୍କା ଓ ପାସ୍ପୋର୍ଟ ଜମା କରିବେ। ଏଥି ସହିତ ସେ ଦୁଇ ଲକ୍ଷ ଟଙ୍କାର ସଂପତ୍ତି ଜମାନତ ନିମ୍ନ ଅଦାଲତରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବୀ ପ୍ରସାଦ ଧଳ ମାମଲା ପରିଚାଳନା କରୁଥିଲେ।
ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କୁ ଜାମିନ
Advertisment
Follow Us