ଜମିବାଡ଼ି ବିବାଦ ଘଟଣାରେ ଜଣକୁ ପିଟି ପିଟି ହତ୍ୟା କଲେ ସମ୍ପର୍କୀୟ

Advertisment
ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟା: ବଳି ପଡ଼ିଲେ ମଧ୍ୟସ୍ଥି, ଅଭିଯୁକ୍ତ ଫେରାର

ପାଟଣାଗଡ଼: ଜମିବାଡ଼ି ବିଷୟକୁ କେନ୍ଦ୍ର କରି ବୁଧବାର ସକାଳେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ସବ୍‌ଡିଭିଜନ୍‌ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳର ଧଣ୍ଡାମୁଣ୍ଡା ଗ୍ରାମପଞ୍ଚାୟତ କଟାପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି।

ନିହତ ବ୍ୟକ୍ତି ହେଉଛନ୍ତି ପଞ୍ଚାନନ ପଟେଲ।

ଜମିବାଡ଼ି ଘଟଣାକୁ କେନ୍ଦ୍ର କରି ଆଜି ସକାଳ ପ୍ରାୟ ୬ଟାରୁ ୭ଟା ମଧ୍ୟରେ ଗାଁ ପାଖରେ ପଞ୍ଚାନନଙ୍କୁ ତାଙ୍କର ସମ୍ପର୍କୀୟମାନେ ଠେଙ୍ଗାବାଡ଼ିରେ ପିଟାପିଟି କରି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ସନ୍ଧାନୀ କୁକୁର, ସାଇଣ୍ଟିଫିକ୍‌ ଟିମ୍‌ ସହ ଖପ୍ରାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇଜଣ ବ୍ୟକ୍ତି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe