‘ଫନି’ ପ୍ରଭାବିତ ପୁରୀରେ ‘ସମ୍ବାଦ’ ପକ୍ଷରୁ ରିଲିଫ ବିତରଣ

Advertisment
‘ଫନି’ ପ୍ରଭାବିତ ପୁରୀରେ ‘ସମ୍ବାଦ’ ପକ୍ଷରୁ ରିଲିଫ ବିତରଣ

ପୁରୀ: ‘ଫନି’ ବାତ୍ୟାରେ ସର୍ବାଧିକ ପ୍ରଭାବିତ ପୁରୀରେ ଆଜି ‘ସମ୍ବାଦ’ ଓ ‘ନାଲକୋ’ର ମିଳିତ ସହଯୋଗରେ ରିଲିଫ୍‌ ବଣ୍ଟନ କରାଯାଇଛି। ପୁରୀ ସହର ଓ ସଦର ଅଞ୍ଚଳର ବିଭିନ୍ନ ବସ୍ତି ଓ ଗାଁରେ ରିଲିଫ୍‌ ବିତରଣ କରାଯାଇଛି। ବଳିଆପଣ୍ଡା ଉପର ବସ୍ତି, ଲୋକନାଥ ରୋଡ ଲେପର୍ସି କଲୋନି, ଗଦାଧର ସ୍କୁଲ ପାଖ ବସ୍ତି, ଜଗନ୍ନାଥ ବଲ୍ଲଭ ବସ୍ତି, ନୀଳଚକ୍ର ନଗର, ଚାରି ନଳା ଓ ଗଡ଼ ରୋଢ଼ଙ୍ଗରେ ବାତ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଥିବା ରିଲିଫ ପୁଡ଼ିଆ ପ୍ରଦାନ କରାଯାଇଛି ।

publive-image

‘ସମ୍ବାଦ’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଫନି ପ୍ରପୀଡ଼ିତଙ୍କ ନିକଟକୁ ଯାଇ ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ରିଲିଫ ପ୍ରଦାନ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ମଧ୍ୟ ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର ଓ ମାନବ ସମ୍ବଳ ବିଭାଗ ଉପ-ମହାପ୍ରବନ୍ଧକ ବୈଜୟନ୍ତୀ କର ପ୍ରମୁଖଙ୍କ ନେତୃତ୍ୱରେ ‘ସମ୍ବାଦ’ର କର୍ମଚାରୀମାନେ ରିଲିଫ୍‌ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଗୁରୁବାର ‘ସମ୍ବାଦ’ ପକ୍ଷରୁ ୫ଟି ଟିମ ଗଠନ କରାଯାଇ ବିଭିନ୍ନ ଅଂଚଳରେ ରିଲିଫ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe