ତାତିରୁ ମିଳିଲା ଆଶ୍ବସ୍ତି

Advertisment
ବଦଳିବ ପାଗ: ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା, ୧୪ରୁ ଦୁଇ ଦିନ ପାଇଁ ୟଲୋ ୱାର୍ଣ୍ଣିଂ ଜାରି

European Commission - europa.eu

ଭୁବନେଶ୍ବର : ପାଖାପାଖି ଗୋଟିଏ ସପ୍ତାହ ଧରି ତାତିରେ ଆଉଟୁ ପାଉଟୁ ହେଉଥିବା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଛି। ଗତକାଲି ପରି ଆଜି ମଧ୍ୟ ଭୁବନେଶ୍ବର, ଅନୁଗୁଳ ସମେତ ଅନ୍ୟାନ୍ୟ ସହରର ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ରାୟଗଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଅନୁଗୁଳ ଓ ତାଳଚେରରେ ୩୭.୧ ଡିଗ୍ରି, ଭୁବନେଶ୍ବରରେ ୩୭ ଡିଗ୍ରି ରେକର୍ଡ କରାଯାଇଛି। ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ପାଗରେ ସେତେଟା ପରିବର୍ତନ ହେବ ନାହିଁ। ତେବେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ଅଧିକ ରହିବ। ଗୁରୁବାର ଉପକୂଳ ଓଡ଼ିଶା ଯଥା ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ଜଗତ୍‌ସିଂହପୁର, ବାଲେଶ୍ବର ସମେତ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହେବାର ସମ୍ଭାବନା ରହିଛି। ନ ହେଲେ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe