କଟକ : ଏସ୍ସିବି ମେଡିକାଲ୍ରେ ଭର୍ତ୍ତି ହୋଇଥିବା କଳାହାଣ୍ଡିର ଏସିଡ୍ ପୀଡ଼ିତାଙ୍କୁ ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ଏଥିସହିତ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଭବାନୀପାଟଣା ଆଇନ ସେବା ପ୍ରାଧିକରଣର ସଚିବ ତଥା ସିଭିଲ୍ ଜଜ୍ ଇନ୍ଦିରା ପ୍ରିୟଦର୍ଶିନୀ ଓ କଟକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିଭିଲ୍ ଜଜ୍ ଗାର୍ଗି ପଟ୍ଟନାୟକ ଏସ୍ସିବି ମେଡିକାଲ୍କୁ ଆସିଥିଲେ। ଏଠାରେ ଡାକ୍ତରଙ୍କ ସହିତ ପୀଡ଼ିତାଙ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା କରିବା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ପୀଡ଼ିତାଙ୍କୁ ବର୍ତ୍ତମାନ ବର୍ଣ୍ଣ ଓ୍ଵାର୍ଡ ୧ନମ୍ବର କ୍ୟାବିନ୍ରେ ରଖାଯାଇଛି। ପାରା ଲିଗାଲ୍ ଭଲ୍ୟୁଣ୍ଟିଅର୍ ନାଗେଶ୍ୱର ରାଓ ପୀଡ଼ିତାଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି।
କଳାହାଣ୍ଡି ଏସିଡ୍ ପୀଡ଼ିତାଙ୍କୁ କ୍ଷତିପୂରଣ
Advertisment
Follow Us