ଆଜିଠାରୁ ରିଲିଫ ବଣ୍ଟନ ଆରମ୍ଭ

Advertisment

ରାଜନୈତିକ ପ୍ରଭାବରୁ ମୁକ୍ତ ରୁହ: ମୁଖ୍ୟମନ୍ତ୍ରୀ, ୩ ଦିନରେ କେନ୍ଦ୍ରାପଡ଼ା, ୭ ଦିନରେ ଜଗତ୍‌ସିଂହପୁରରେ ବିଜୁଳି ଯୋଗାଣ

ରାଜନୈତିକ ପ୍ରଭାବରୁ ମୁକ୍ତ ରୁହ: ମୁଖ୍ୟମନ୍ତ୍ରୀ, ୩ ଦିନରେ କେନ୍ଦ୍ରାପଡ଼ା, ୭ ଦିନରେ ଜଗତ୍‌ସିଂହପୁରରେ ବିଜୁଳି ଯୋଗାଣ

ଆଜିଠାରୁ ରିଲିଫ ବଣ୍ଟନ ଆରମ୍ଭ

ଭୁବନେଶ୍ବର : ଆସନ୍ତାକାଲିଠାରୁ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାରେ ରିଲିଫ ବଣ୍ଟନ ଆରମ୍ଭ ହେବ। ତିନିଦିନ ଭିତରେ ଏହି କାର୍ଯ୍ୟ ସରିବ। ତେବେ ରିଲିଫ ବଣ୍ଟନ ସମୟରେ ରାଜ‌େନୖତିକ ଦଳ ପ୍ରଭାବରୁ ମୁକ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାର ବାତ୍ୟା ପରବର୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିଥିଲେ। ରିଲିଫ ବଣ୍ଟନ କାର୍ଯ୍ୟ ସଂପୂର୍ଣ୍ଣ ସ୍ବଚ୍ଛ ଭାବେ ପରିଚାଳନା କରି ପ୍ରତ୍ୟେକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଡଧାରୀଙ୍କୁ ରିଲିଫ ଦେବା ପାଇଁ ସେ ନିଦେର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ଏହି ୩ଟି ଜିଲ୍ଲାରେ ବିଦ୍ୟୁତ୍‌ ଓ ଜଳଯୋଗାଣ ପରିସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକର ସୂଚନାନୁସାରେ ଏହି ୩ଟି ଜିଲ୍ଲାରେ ଜଳଯୋଗାଣ ପରିସ୍ଥିତିରେ ଉନ୍ନତି ଆସିଛି। ସେହିପରି କେନ୍ଦ୍ରାପଡ଼ାରେ ୩ ଦିନ ଭିତରେ ଓ ଜଗତ୍‌ସିଂହପୁର ଜିଲ୍ଲାରେ ୭ ଦିନ ମଧ୍ୟରେ ବିଜୁଳି ଯୋଗାଣ ସ୍ବାଭାବିକ ହେବ। କଟକରେ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି। ଖୁବଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ ବୋଲି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥ‌ିଲେ। ଭିଡିଓ କନ୍‌ଫରେନ୍ସିଂ ଯୋଗେ ଅନୁଷ୍ଠିତ ଏହି ସମୀକ୍ଷା ବେ‌ୖଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଅସିତ ତ୍ରିପାଠୀ, ଶକ୍ତି ବିଭାଗର ସଚିବ ହେମନ୍ତ ଶର୍ମା ପ୍ରମୁଖ ଅଧିକାରୀ ୩ଟି ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe