ହାଇକୋର୍ଟରେ ସ୍ବଇଚ୍ଛାରେ ଧର୍ମ ପରିବର୍ତ୍ତନ ମାମଲା: ଧାର୍ମିକ ସ୍ବାଧୀନତା ନିୟମାବଳୀ ସଂକ୍ରାନ୍ତରେ ଜବାବ ତଲବ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଓଡ଼ିଶା ଧାର୍ମିକ ସ୍ବାଧୀନତା ନିୟମାବଳୀ, ୧୯୮୯ରେ ସଂଶୋଧନ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଅନ୍ୟ ପକ୍ଷମାନଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି।

ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ନିୟମାବଳୀ ଅନୁସାରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହୋଇ ଘୋଷଣାନାମା ଦେ‌ବେ। କିନ୍ତୁ, ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କ୍ଷମତା କାହାର ରହିଛି ସେ ନେଇ ଦ୍ବନ୍ଦ୍ବ ରହିଛି। ସିଆରପିସି ବା ଅନ୍ୟ କୌଣସି ଆଇନ ଓ ନିୟମରେ ‘ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ’ର ସଂଜ୍ଞା ନିରୂପଣ କରାଯାଇ ନାହିଁ। ଏଭଳି ସ୍ଥିତିରେ ଓଡ଼ିଶା ଧାର୍ମିକ ସ୍ବାଧୀନତା ନିୟମାବଳୀ, ୧୯୮୯ ଅଧୀନରେ ଘୋଷଣାନାମା ପାଇଁ ଜଣେ ବ୍ୟକ୍ତି କେଉଁ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜ‌ଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୀତା ସେଠୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମାମଲା ଅନୁଯାୟୀ, ଜଣେ ବ୍ୟକ୍ତି ଯଦି ସ୍ବଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଅନ୍ତି, ଏଥିପୂର୍ବରୁ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟଙ୍କ ନିକଟରେ ସେ ଏ ନେଇ ଏକ ଘୋଷଣାନାମା କରିବେ। ଓଡ଼ିଶା ଧାର୍ମିକ ସ୍ବାଧୀନତା ନିୟମାବଳୀର ନିୟମ-୪ରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ନିଜ ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ନିୟମ ଅନୁସାରେ ଘୋଷଣାନାମା କରିବା ପାଇଁ ଜଣେ ବ୍ୟକ୍ତି କଟକ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନିକଟକୁ ଯାଇ ନିରାଶ ହୋଇଥିଲେ। ଏକ୍‌ଜିକ୍ୟୁଟିଭ୍ ମା‌ଜିଷ୍ଟ୍ରେଟ ତାଙ୍କର କ୍ଷମତା ନାହିଁ ବୋଲି କହି ଏଥିପାଇଁ ମନା କରିଥିଲେ। ଏ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

ଉପଜିଲ୍ଲାପାଳଙ୍କ ତରଫରୁ ଏ ନେଇ ସଂପୃକ୍ତ ବ୍ୟକ୍ତିଙ୍କୁ ଚିଠି କରାଯାଇ ଅବଗତ କରାଯାଇଥିଲା ଯେ କଟକ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତିନି ଜଣ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ସତ୍ୟପାଠ କାର୍ଯ୍ୟ ଦାୟିତ୍ବ ଦିଆଯାଇଛି। କିନ୍ତୁ,ଏହି ତିନି ଜଣ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ନୁହନ୍ତି ବୋଲି ଉପଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ କରାଯାଇଥିଲା। ଏଭଳି ସ୍ଥିତିରେ ସଂପୃକ୍ତ ବ୍ୟକ୍ତି ଧର୍ମ ପରିବର୍ତ୍ତନ ସଂପର୍କିତ ଘୋଷଣାନାମା ଆଉ କରି ପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe