ଶ୍ରୀମନ୍ଦିରରେ ଦଇତା ପ୍ରବେଶ: ଶ୍ରୀବିଗ୍ରହଙ୍କ ବାହୁଟକଣ୍ଟ, ରତ୍ନସିଂହାସନରେ ଚାରମାଳ ବନ୍ଧା ସମ୍ପନ୍ନ, ସକାଳୁ ସେନାପଟା ଲାଗି

ସ୍ନାନବେଦିକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଏନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସଂପନ୍ନ ହୋଇଛି। ସ୍ନାନବେଦିକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହଙ୍କ ବାହୁଟକଣ୍ଟ ଓ ଚାରମାଳ ବନ୍ଧା ନୀତି ସଂପନ୍ନ ହୋଇଛି।

ddfcvcvcv

ପୁରୀ: ସ୍ନାନବେଦିକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଏନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସଂପନ୍ନ ହୋଇଛି। ସ୍ନାନବେଦିକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହଙ୍କ ବାହୁଟକଣ୍ଟ ଓ ଚାରମାଳ ବନ୍ଧା ନୀତି ସଂପନ୍ନ ହୋଇଛି। ଆସନ୍ତାକାଲି ସେନାପଟା ଲାଗି ନୀତି ସଂପନ୍ନ ହେବ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ଚାରମାଳ ବନ୍ଧା ଓ ଆସନ୍ତାକାଲିର ସେନାପଟା ଲାଗି ପାଇଁ ଆଜି ରାତ୍ର ପହୁଡ଼ ଆଳତିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆସନ୍ତାକାଲି ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେନାପଟା ଲାଗି ଶେଷ ପରେ ଦୈନନ୍ଦିନ ନୀତି ବଢ଼ିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସକାଳେ ଦଇତାପତି ସେବକମାନେ ଶୁଦ୍ଧପୁତ ଭାବେ ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀବିଗ୍ରହଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ସ୍ନାନଯାତ୍ରାଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଶୃଙ୍ଖଳିତ କରିବା ନେଇ ମହାପ୍ରଭୁଙ୍କୁ ଗୁହାରି କରିଛନ୍ତି। ପହୁଡ଼ ଆଳତି ପରେ ବିଳମ୍ବିତ ରାତିରେ ଶ୍ରୀମୁଖ ଖଣ୍ଡୁଆ ନୀତି ସଂପନ୍ନ କରାଯାଇଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଖଣ୍ଡୁଆରେ ଆଛାଦିତ କରାଯାଇଥିଲା। ଦଇତାପତି ସେବକମାନେ ବାହୁଟ କଣ୍ଟର ଗୋପନ ନୀତି ସଂପାଦନ କରିଥି‌େଲ। ମହାପ୍ରଭୁଙ୍କ ଭୂଜକୁ ସୁରକ୍ଷା ଦେବା ପାଇଁ ବଉଳ କାଠରେ ବାହୁଟ ନିର୍ମାଣ ହୋଇଥାଏ। ଏହି ବାହୁଟ ନିର୍ମାଣ ପାଇଁ ଦଇତାପତିମାନେ କଣ୍ଟ ବା ମାପ କରିଛନ୍ତି। ଏହି ମାପରେ ସ୍ୱତନ୍ତ୍ର ମହାରଣାମାନେ ବାହୁଟ ନିର୍ମାଣ କରିବେ। 

ରତ୍ନସିଂହାସନରୁ ଠାକୁରଙ୍କ ପହଣ୍ଡି ପାଇଁ ରତ୍ନ ସିଂହାସନରେ ଚାରମାଳ ବନ୍ଧାଯାଇଛି। ଏହା ନୀଳାଦ୍ରି ବିଜେ ପହଣ୍ଡି ପର୍ଯ୍ୟନ୍ତ ରହିବ। ବାହୁଟକଣ୍ଟ ନୀତି ପରେ କୋଠ ସୁଆଁସିଆ ଚାରବନ୍ଧା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଆସନ୍ତାକାଲି ସକାଳେ କୋଠ ସୁଆଁସିଆ ବାହାରିବା ପରେ ଦଇତାପତିମାନେ ସେନାପଟା ଲାଗି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପୂର୍ବାହ୍‌ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଆରମ୍ଭ ହେବ। ଦେବସ୍ନାନ ପୂର୍ଣିମା ନୀତି ପରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଅନେକ ଗୋପନୀୟ ସେବାକୁ ଦଇତାପତିମାନେ ସମ୍ପନ୍ନ କରିବାର ପରମ୍ପରା ରହିଛି। ଶ୍ରୀଅଙ୍ଗ ରକ୍ଷକ ଭାବେ ଦଇତାପତିମାନେ ଅଣସର ସେବାରେ ସାମିଲ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe