ପଦୋନ୍ନତି ପରେ ବି ପଦ ଛାଡ଼ିବାକୁ ନାରାଜ !

ପଦୋନ୍ନତି ପରେ ବି ପଦ ଛାଡ଼ିବାକୁ ନାରାଜ !

Facebook

ସମ୍ବଲପୁର: ରାଜ୍ୟ ସରକାରଙ୍କ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ୬ ଜଣ ବରିଷ୍ଠ ସହାୟକଙ୍କୁ ସେକ୍‌ସନ୍ ଅଫିସର ଭାବେ ପଦୋନ୍ନତି ସହିତ ବଦଳି ହୋଇଛି। ଗତ ୫ ଜାନୁଆରିରେ ଏ ସଂକ୍ରାନ୍ତରେ ଆଦେଶ ବାହାରିଥିଲା। ପଦନ୍ନୋତି ସହିତ ବଦଳି ହୋଇଥିବା ଅଧିକାରୀଙ୍କୁ ୭ଦିନ ମଧ୍ୟରେ ନୂଆ ଜାଗାରେ ଯୋଗଦେଇ ନିର୍ଦ୍ଦେଶାଳୟକୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ଚିପିଲିମା ଯୁଗ୍ମ ନିର୍ଦ୍ଦେଶକଙ୍କ ଦପ୍ତରରେ କାର୍ଯ୍ୟରତ ଜଣେ ବରିଷ୍ଠ ସହାୟକଙ୍କୁ ସମ୍ବଲପୁର ସିଡିଭିଓଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଛି।

ସିଡିଭିଓ କାର୍ଯ୍ୟାଳୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଙ୍କୁ ଏଠାକୁ ବଦଳି କରାଯାଇଥିଲା। ମାତ୍ର, ସେ ତାଙ୍କ ନୂଆ ପଦରେ ଏପର୍ଯ୍ୟନ୍ତ ଯୋଗଦାନ କରିନଥିବା ଜଣାପଡ଼ିଛି। ଏହି ବାବୁ ଜଣକ ପଦୋନ୍ନତି ପରେ ବି ପୁରୁଣା ଜାଗାରେ ମୋହ ଛାଡ଼ି ପାରୁନଥିବା ଚର୍ଚ୍ଚା ଚାଲିଛି। ପଦୋନ୍ନତି ସହିତ ପୁଣି ସେହି ଜାଗାରେ କାର୍ଯ୍ୟ କରିବାକୁ ସେ ଯୋଜନା କରୁଥିବା କହାଯାଉଛି। ତେବେ, ସରକାରୀ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଥିବା‌ ବେଳେ ବିଭାଗୀୟ ପଦାଧିକାରୀ ଏଥିପ୍ରତି ଦୃ‌ଷ୍ଟି ଦେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe