ନୀରବି ଗଲେ "ନଖିନାନୀ ପୁଅ ଭଗିଆ "

ବରିଷ୍ଠ ଓଡ଼ିଆ ଗାୟକ ଶ୍ରୀକାନ୍ତ ଦାସ ଶନିବାର ରାତିରେ କଟକର ଶେଖ ବଜାରସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ବୟସ ୭୮ ବର୍ଷ ଥିଲା ଏବଂ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ...

remained silent, "nakhinanai pua bhagia."

remained silent, "nakhinanai pua bhagia." Photograph: (sambad.in)

କଟକ: ବରିଷ୍ଠ ଓଡ଼ିଆ ଗାୟକ ଶ୍ରୀକାନ୍ତ ଦାସ ଶନିବାର ରାତିରେ କଟକର ଶେଖ ବଜାରସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ବୟସ ୭୮ ବର୍ଷ ଥିଲା ଏବଂ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ସ୍ବର୍ଗତଃ ଶ୍ରୀକାନ୍ତ ଦାସ ଓଡ଼ିଆ ସଂଗୀତ ଜଗତରେ ଯେଉଁ ଗୀତ ସବୁ ଗାଇଛନ୍ତି, ତାହା ସ୍ମରଣୀୟ ହୋଇ ରହିବ। ସେଥିରୁ ନିମ୍ନରେ କିଛି ଉଲ୍ଲେଖ...

ମା' ଯାଇଚି ହାଟକୁ ।
ବାପାଯାଇଚି ନାଟକୁ ।
ଭାଇଯାଇଚି ପାଠକୁ ।
ଚାଲ୍ ଆମେ ପଳେଇଯିବା ,
ଆମ୍ବ ତୋଟାକୁ .... ।।0।।

ହେ .... ମହୂରୀ ବାଜିବ ।
ହୁଳହୁଳି ପଡିବ ......

ଆକାଶର ବୁକୁ ଚିରି ।
ଜହ୍ନ ହସେ କିରି କିରି .....

ମାରିଦେଲି ଖପରକାତି ।
ଉଡିଗଲା ଟିଆ ....

ମତେ ଛାଡିଦେ , ଛାଡିଦେ ବାଟ ଲୋ ...... 

ଚାଲିଲା ଗାଡ଼ି ।
ବାଦାମ ବାଡି .....

ଲେ  ଲବିନା ।
ଟିକେ ପଛକୁ ଅନା ।
ପଛରେ ଆସୁଛି , କାଳିଆ ନନା ....

ବାଟ ଛାଡ ...।
ଆସୁଛି, 
ଦଶରା ବଜାର ମେଢ ..... 

ବୋଉଲୋ .....
ଓ ....ଲୋ ।
ଏ ନଖିନାନୀ ପୁଅ ଭଗିଆ ।
ଶଗଡ଼ ଉପରେ ବସିଛି .....

ଓ 
ଗୋଡ ଯୋଡ଼ିକ ଥାଇ ବୋଇଲେ,
ସତ ମୋ'ବଚନ ରାମା ....
ସତ ମୋ' ବଚନ ....।

ପ୍ରତିଟି ଓଡ଼ିଆଙ୍କ ତୁଣ୍ଡରେ , ବେଳେବେଳେ, ଏମିତି କିଛି ମନମତାଣିଆଁ ଗୀତ ଏବେବି ଗୁଞ୍ଜୁରି ଉଠିଥାଏ। ହେଲେ, ଏଇସବୁ ଗୀତର ଗାୟକଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଅକ୍ଷୟ ମହାନ୍ତିଙ୍କ ଉଦ୍ଦଭାବନ, କଟକ ଶେଖବଜାର ଠାରେ ଜନ୍ମ ଗ୍ରହଣ କରିଥିବା ମହାନ ଗାୟକ ହେଉଛନ୍ତି ଶ୍ରୀକାନ୍ତ ଦାସ। ୭୦ ଦଶକରେ ଅକ୍ଷୟ ମହାନ୍ତି ତାଙ୍କୁ ପ୍ରଥମେ ଗୀତ ଦୁନିଆରେ ହାତଧରି ଆଣି ଠିଆ କରାଇଥିଲେ।

ପ୍ରଥମେ ପ୍ରଥମେ ଆକାଶବାଣୀ ଓ ପରେପରେ ଚଳଚ୍ଚିତ୍ରରେ ତାଙ୍କ ସୁଲଳିତ କଣ୍ଠରେ ଅନେକ ଗୀତ, ଓଡ଼ିଆଙ୍କୁ ଭେଟି ଦେଇଥିଲେ। ଶ୍ରୀକାନ୍ତ ଯଦିଓ କଟକିଆ, ତଥାପି ତାଙ୍କ ପୈତୃକ ଘର ପଟ୍ଟାମୁଣ୍ଡାଇ ପାଖ ‘ମାଟିଆଡ଼ରେ। ପିତା ସ୍ୱର୍ଗତଃ ଚୈତନ୍ୟ ଚରଣ ଦାସ ଥିଲେ, ସ୍ୱାଧୀନତା ସଂଗ୍ରାମୀ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହଯୋଗୀ ଓ ପରବର୍ତ୍ତୀ ସମୟରେ ଦୈନିକ ‘ସମାଜ’ର ଜଣେ ନିଷ୍ଠାପର କର୍ମଚାରୀ।

ଶ୍ରୀକାନ୍ତ ଦାସ ସ୍ନାତକ ପାସ କଲାପରେ କିଛିଦିନ ସଙ୍ଗୀତ ଶିକ୍ଷା କରିଥିଲେ ହେଁ, ୟୁକୋ ବ୍ୟାଙ୍କରେ ଚାକିରି ଆରମ୍ଭ କରିଥିଲେ।ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ, ଶ୍ରୀକାନ୍ତ ଦାସ, ନିଜ କର୍ମକ୍ଷେତ୍ରକୁ ପ୍ରାଧାନ୍ୟ ଦେଇ, ଗୀତ ଓ ସଙ୍ଗୀତ ଦୁନିଆଁରୁ ଦୂରତା ରଖିଥିଲେ। ତଥାପି କର୍ମମୟ ଜୀବନରୁ, ସମୟ ପାଇଲେ, ଗୀତ ଗାଉଥିଲେ। ପିତାଙ୍କ ଅନ୍ତେ, ପଟ୍ଟାମୁଣ୍ଡାଇ ମାଟିଆରେ ଥିବା ସମସ୍ତ ଭୂମିକୁ, ବାପାଙ୍କ ପାଇଁ, ଜୟଗୁରୁ ଅନୁକୂଳଚନ୍ଦ୍ର ଆଶ୍ରମକୁ ଦାନକରି ଦେଇଥିଲେ।

ନିଷ୍ପକପଟ, ସରଳ, ଶାନ୍ତ ସ୍ୱଭାବ, ସହିତ ସରଳ ନିରାଡମ୍ବର ଜୀବନଯାପନ, ତାଙ୍କୁ  ଯଦିଓ ସଙ୍ଗୀତ ଦୁନିଆଁରେ ପରିଚିତ ରଖିଥିଲା, ହେଲେ ସାଧାରଣ ଶ୍ରୋତା ଠାରୁ ଅନେକ ଦୂରରେ ରଖିଥିଲା। ତଥାପି ଲୋକ ମୁଖରେ ତାଙ୍କ ଗୀତ, ଗାଁ ଗହଳି ଠାରୁ ଆରମ୍ଭ କରି ସହରର ଗଳିକନ୍ଦିରେ ବେସ୍ ଲୋକପ୍ରିୟ ଥିଲା। 

ଏନେଇ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ  ସତ୍ୟ ଦାସ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଗତକାଲି, ମୁଁ ଏକ ସାହିତ୍ୟ ସଭାରେ ଯୋଗଦେବାପାଇଁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାଉଥିବା ସମୟରେ ଗାୟକ ବିବୁ ଦାସ, ଫୋନ କରି ଶ୍ରୀକାନ୍ତ ଦାସଙ୍କ ବିଷୟରେ ମତେ ପଚାରିଥିଲେ। ପଚାରିବାର କାରଣଟା ମଧ୍ୟ ମତେ ଭଲଲାଗିଥିଲା। କାରଣ, ଶ୍ରୀକାନ୍ତ ଦାସ ୨୦୨୫ ପର୍ଯ୍ୟନ୍ତ ମଧ୍ୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରୁ ବଞ୍ଚିତ ଅଛନ୍ତି।  ଏମିତି ଜଣେ ସରଳ ସଙ୍ଗୀତ ସାଧକଙ୍କୁ କେମିତି ସମସ୍ତେ ଭୁଲିଯାଇଛନ୍ତି  ? 

ବିବୁ ଦାସ କହିଛନ୍ତି, ଦୀର୍ଘ ୫/୭ ଦିନହେବ ଗାୟକ ଦେବାଶିଷ ମହାପାତ୍ର ଓ ମୁଁ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛୁ। ହେଲେ .... ପାରୁନୁ। ତୁମେ ଯଦି ଟିକେ ଯୋଗାଯୋଗ କରେଇଦିଅନ୍ତ। ତେବେ ଆମେ, ତାଙ୍କଠାରୁ ଦରଖାସ୍ତ ଆଣି, ସଙ୍ଗୀତ ନାଟକ ଏକାଡେମୀରେ ଆବେଦନ କରାନ୍ତୁ ଓ ଏବର୍ଷ ତାଙ୍କୁ ଏକାଡେମୀ ପୁରସ୍କାର ପାଇଁ ଚେଷ୍ଟା କରନ୍ତୁ।

"ମୁଁ କେବଳ, ଶ୍ରୀକାନ୍ତ ଦାସଙ୍କ ଫୋନ ନମ୍ବର ତାଙ୍କୁ ଦେଇ କହିଥିଲି ......ମୁଁ ପୁରୀରୁ ଫେରି, କାଲି ତାଙ୍କ ଘରକୁ ଯାଇ , ବନ୍ଦୋବସ୍ତ କରାଇଦେବି"। ମୁଁ ପୁରୀରୁ , କଟକ ଫେରିଲାବେଳକୁ, ପ୍ରାୟ ରାତି ଶାଢେ ଆଠୁଟା। ଘରେ ପହଞ୍ଚିବାର କିଛିସମୟ ପରେ , ପୁଣି ବିବୁ ଦାସଙ୍କ ଫୋନ୍ ଆସିଲା।

ସେପଟରୁ ଗମ୍ଭିର ଗଳାରେ ବିବୁଦାସ କହିଲେ, ବୁଲାଭାଇ! ଶ୍ରୀକାନ୍ତ ଦାସଙ୍କୁ ଯୋଗାଯୋଗ କରିବାର ଆବଶ୍ୟକତା ନାହିଁ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମନମୋହନ ଭାବିଲି, "ଯିଏ ଆଜି ସକାଳ ଦଶୁଟାରେ ଏତେ ବ୍ୟସ୍ତ ହୋଇ ଶ୍ରୀକାନ୍ତ ଦାସଙ୍କୁ ଖୋଜୁଥିଲା, ସେ ପୁଣି ଆବଶ୍ୟକତା ନାହିଁ କହିବା ପଛରେ କି ରହସ୍ୟ ଅଛି" ? 

ସେପଟରୁ ଅତି ଦରଦୀ ଗଳାରେ ବିବୁଦାସ କହିଲେ,  ଶ୍ରୀକାନ୍ତ ଭାଇ ଆଉ ସଂସାରରେ ନାହାନ୍ତି । ଦୁଃଖରେ ମ୍ରିୟମାଣ ହୋଇଗଲି। ଆଉ, ଭାବିଲି ....ପ୍ରକୃତରେ, ଶ୍ରୀକାନ୍ତ ଦାସ, ଜଣେ ସ୍ୱାଭିମାନୀ କଣ୍ଠଶିଳ୍ପୀ ...ନହେଲେ ଏମିତି ଏକାଡେମୀ, ସମ୍ମାନ ଓ ପୁରସ୍କାରକୁ ଆଡେଇଦେଇ ନିଜ ବାଟରେ ଚାଲିଯାଇଥାଆନ୍ତେ ...?  ଜଗନ୍ନାଥ ମହାପ୍ରଭୁ ତାଙ୍କ ଆତ୍ମାକୁ ବୈକୁଣ୍ଠରେ ସ୍ଥାନ ଦିଅନ୍ତୁ।

Srikant Das | Eminent Singer | nakhinanai pua bhagia 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe