ସପ୍ତମ ବେତନ କମିସନର ବାକି ୨୦% ମିଳିବ

Advertisment
ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Loksatta

ଭୁବନେଶ୍ବର : ସମସ୍ତ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ବାବଦ ବକେୟା ଥିବା ୨୦% ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୋମବାର ଦିନ ଏସଂକ୍ରାନ୍ତରେ ସରକାରୀ ଘୋଷଣାନାମା ପ୍ରକାଶ ପାଇଛି। ଚଳିତ ମାର୍ଚ୍ଚ ମାସ ଦରମାରେ ଏହି ବକେୟା ଅର୍ଥ ପ୍ରଦାନ କରାଯିବ। ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିସନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇବେ। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟ୍‌ରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସପ୍ତମ ବେତନ କମିସନର ସୁପାରିସକୁ ଗ୍ରହଣ କରି ଏହାକୁ ଜାନୁଆରି ୨୦୧୬ ଠାରୁ ଲାଗୁ କରିଥିଲେ ଏବଂ ସେପ୍ଟେମ୍ବର ୨୦୧୭ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ। କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିସ ଅନୁଯାୟୀ ଜାନୁଆରି ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦ ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା। ଅପରପକ୍ଷେ ପେନସନ୍‌ଭୋଗୀମାନେ ସେମାନଙ୍କ ଦରମାର ଶତପ୍ରତିଶତ ପୂର୍ବରୁ ପାଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe