୫ ଦିନିଆ ରିମାଣ୍ଡରେ ଗଲେ ପ୍ରଭାତ ବିଶ୍ୱାଳ

Advertisment
ପ୍ରଭାତ ବିଶ୍ୱାଳଙ୍କୁ କୋର୍ଟରେ ହାଜର

ଭୁବନେଶ୍ୱର: ସିସୋର ଚିଟ୍‌ ଫଣ୍ଡ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି। ଗିରଫ କରାଯିବା ପରେ ସିବିଆଇ ପକ୍ଷରୁ ପ୍ରଭାତଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇ ଥିଲା। ଏହା ପରେ ସିବିଆଇ ପକ୍ଷରୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। ପ୍ରଭାତଙ୍କ ନାମରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୨୦ବି, ୪୨୦, ୪୬୭, ୪୦୯, ୪୭୧ ଓ ୪୫୬ ରହିଛି।

ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବା ପରେ ପ୍ରଭାତ ବିଶ୍ୱାଳ କହିଥିଲେ, ସତ୍ୟର ଜୟ ହେବ। ତାଙ୍କୁ ଗିରଫ କରାଯିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରଭାତ କହିଛନ୍ତି।

ପ୍ରଭାତଙ୍କୁ ଗିରଫ କରିବାରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି ବିଜେଡି। ଅପରପକ୍ଷେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ବଜେଡି ପ୍ରଭାତଙ୍କୁ ସୁରକ୍ଷା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe