ଶିଶୁଭବନ ଡାକ୍ତରଙ୍କ ଉଲ୍ଲେଖନୀୟ ସଫଳତା: ବିନା ଅସ୍ତ୍ରୋପଚାରରେ ସୁସ୍ଥହେଲେ ଦୁଇ ଶିଶୁ, ଶ୍ବାସକ୍ରିୟା ବେଳେ ବାଜୁଥିଲା ହ୍ବିସିଲ୍‌

ଡଟ୍‌ପେନ୍‌ର ଟପ୍ ଓ ନିବ୍ ଶ୍ବାସନଳୀ ଭିତରେ ପଶି ଶ୍ବାସକ୍ରିୟା ବେଳେ ହ୍ବିସଲ୍‌ ଭଳି ବାଜୁଥିଲା। ଏହାକୁ ନେଇ ନାକେଦମ୍‌ ହୋଇଥିଲେ ଦୁଇ ଶିଶୁ ଓ ସେମାନଙ୍କ ପରିବାର। କିନ୍ତୁ ଶିଶୁଭବନର ଡାକ୍ତର ବିନା ଅସ୍ତ୍ରୋପଚାରରେ ସଫଳ ଚିକିତ୍ସା କରି ପ୍ରଶଂସାର ପାତ୍ର ହୋଇଛନ୍ତି।

adadazxzx

କଟକ: ଡଟ୍‌ପେନ୍‌ର ଟପ୍ ଓ ନିବ୍ ଶ୍ବାସନଳୀ ଭିତରେ ପଶି ଶ୍ବାସକ୍ରିୟା ବେଳେ ହ୍ବିସଲ୍‌ ଭଳି ବାଜୁଥିଲା। ଏହାକୁ ନେଇ ନାକେଦମ୍‌ ହୋଇଥିଲେ ଦୁଇ ଶିଶୁ ଓ ସେମାନଙ୍କ ପରିବାର। କିନ୍ତୁ ଶିଶୁଭବନର ଡାକ୍ତର ବିନା ଅସ୍ତ୍ରୋପଚାରରେ ସଫଳ ଚିକିତ୍ସା କରି ପ୍ରଶଂସାର ପାତ୍ର ହୋଇଛନ୍ତି। ସ୍କୁଲସ୍ତରରେ ଅନ୍ତତଃ ତୃତୀୟ ଶ୍ରେଣୀ ଯାଏଁ ପେନ୍ ବଦଳରେ ପେନସିଲ୍ ବ୍ୟବହାର କରିବାକୁ ଶିଶୁଭବନ ପକ୍ଷରୁ ସଚେତନ କରାଯାଇଛି। 

ବାଲେଶ୍ବର ଜିଲ୍ଲା ଆଥଲବାଗର ସୂର୍ଯ୍ୟକାନ୍ତ ମହାଳିକଙ୍କ ୬ ବର୍ଷର ପୁଅ ତୁଷାର ପ୍ରଥମ ଶ୍ରେଣୀରେ ପଢ଼ନ୍ତି। ଗଲା ୮ ତାରିଖ ଦିନ ପ୍ରାୟ ୧୧ଟା ବେଳେ ସ୍କୁଲରେ ଜଣେ ସାଙ୍ଗର ପେନ୍‌ ନେଇ ଖେଳୁଥିଲେ। ପାଟିରେ ପୂରାଇ ଶୋଷିବା ସମୟରେ ଛାତିକୁ ପେନ୍‌ର ପ୍ଲାଷ୍ଟିକ୍ ନିବ୍ ପଳାଇଥିଲା। ନିଶ୍ବାସ ନେବାରେ ସମସ୍ୟା ହେବା ସହିତ କାଶ ହେବାରୁ ୨୦ ତାରିଖରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ ହେଲା। କିନ୍ତୁ କିଛି ଜଣାପଡ଼ିଲାନି। ୨୨ ତାରିଖରେ ସୋର ଡାକ୍ତରଖାନା ଓ ପରେ ଶିଶୁଭବନକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୨୭ ତାରିଖରେ ଶିଶୁଭବନରେ ଭର୍ତ୍ତି ହେବା ପରେ ୨୯ ତାରିଖରେ ବ୍ରୋଙ୍କୋସ୍କୋପିରେ ଏହି ନିବ୍‌କୁ କଢ଼ାଯାଇଥିଲା।

ଶିଶୁଭବନର ଡାକ୍ତରୀ ଟିମ୍ ତୁଷାରଙ୍କ ବାମପଟ ମୁଖ୍ୟ ଶ୍ବାସନଳୀରୁ ଏହି ନିବ୍‌କୁ କାଢ଼ିଥିଲେ। ସେହିଭଳି ଭଦ୍ରକ ଜିଲ୍ଲା ତିହିଡ଼ିର ଜ୍ୟୋତିରଞ୍ଜନ ନାୟକଙ୍କ ୮ ବର୍ଷର ପୁଅ ସ୍ମୃତିରଞ୍ଜନ ୨୫ ତାରିଖ ଅପରାହ୍ଣରେ ପେନ୍‌ର ପଛପଟକୁ ପାଟିରେ ପୂରାଇ ଶୋଷୁଥିବା ବେଳେ ପେନ୍‌ର ଟପ୍ ଶ୍ବାସନଳୀରେ ପଶି ଯାଇଥିଲା। ତାଙ୍କର କଥା କହିବାରେ ସମସ୍ୟା ହୋଇଥିଲା। ଏକ୍ସ-ରେ କଲେ ବି କିଛି ଜଣାପଡ଼ି ନଥିଲା। ତାଙ୍କର କାଶ ହେବା ସହିତ ହ୍ବିସିଲ୍‌ ଭଳି ଶବ୍ଦ ପାଟି ଭିତରୁ ବାହାରିଥିଲା। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏସ୍‌ସିବିରେ ନିରାଶ ହେବାରୁ ୩୦ ତାରିଖରେ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୧ ତାରିଖରେ ବ୍ରୋଙ୍କୋସ୍କୋପିରେ ତାହାକୁ ଡାହାଣପଟ ଶ୍ବାସନଳୀରୁ କଢ଼ାଯାଇଛି। ଏହି ଦୁଇ ଶିଶୁଙ୍କ ସମସ୍ୟା ସମାଧାନ ପାଇଁ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ରଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌ରେ ଶିଶୁଭବନ ପେଡିଆଟ୍ରିକ୍‌ ଆଇସିୟୁ ଇନ୍‌ଚାର୍ଜ ତଥା ପେଡିଆଟ୍ରିକ୍‌ ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ବିଜୟ କୁମାର ମେହେର, ପେଡିଆଟ୍ରିକ୍‌ ମେଡିସିନ୍‌ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସାର୍ଥକ ନାୟକ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe