ରାଜ୍ୟରେ ରେମଡେସିଭିର ଅଭାବ, ସୂଚନା ଦେଲେ ଡ୍ରଗ୍ସ କଣ୍ଟ୍ରୋଲର 

Advertisment
ରାଜ୍ୟରେ ରେମଡେସିଭିର ଅଭାବ, ସୂଚନା ଦେଲେ ଡ୍ରଗ୍ସ କଣ୍ଟ୍ରୋଲର 

ଭୁବନେଶ୍ବର: ରାଜ୍ୟରେ ରେମଡେସିଭର ଅଭାବ। ଏନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ। ସେ କହିଛନ୍ତି, କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି। ଏହାର ବହୁତ ଅବଶ୍ୟକତା ରହୁଛି। ଏପ୍ରିଲ ୨୧ରୁ ୩୦ ତାରିଖ ଯାଏଁ ଆମକୁ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି।

publive-image image source-the indian express

ପ୍ରତିଦିନ କିଛି କିଛି ରେମଡିସିଭର ଆସୁଛି। ଗତକାଲି ରାଜ୍ୟରେ ରେମଡେସିଭର ୨ହଜାର ଭାଏଲ ଆବଶ୍ୟକତା ଥିଲା। ହେଲେ ଗତକାଲି ମାତ୍ର ୯୨ ଭାଏଲ ମିଳିଛି। ଆମେ କେବଳ ଘରୋଇ ହସ୍ପଟାଲକୁ ଦେଉଛୁ। ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେବ। ହେଲେ, ଘରୋଇ ମେଡିସିନ ଦୋକାନ ଏହା ରଖି ପାରିବେ ନାହିଁ। ତେବେ ରାଜ୍ୟରେ ଫାବିପ୍ଲୁର ଅଭାବ ନାହିଁ। ରାଜ୍ୟରେ ଚିହ୍ନଟ ହୋଇଥିବା ଘରୋଇ ମେଡିସିନ୍ ଦୋକାନରେ ମିଳିପାରିବ। ରାଜ୍ୟରେ ଫାବିପ୍ଲୁ ବିକିବାକୁ ୧୧୨୦ ଦୋକାନ ଚିହ୍ନଟ ହୋଇଛି । ସେହିପରି ଭୁବନେଶ୍ୱରରେ ୪୦ଟି ଦୋକାନ ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe