ମଦ ବିକ୍ରି ଓ ଜୁଆ ଆଡ୍ଡା ବନ୍ଦ ଦାବିରେ ଶତାଧିକ ମହିଳାଙ୍କ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ମଦ ବିକ୍ରି ଓ ଜୁଆ ଆଡ୍ଡା ବନ୍ଦ ଦାବିରେ ଶତାଧିକ ମହିଳାଙ୍କ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଜୟପୁର: ମଦ ବିକ୍ରି ଓଜୁଆ ଆଡ୍ଡା ବନ୍ଦ କରିବାକୁ ଦାବି କରି ଜୟପୁର ବ୍ଲକ ଅର୍ନ୍ତଗତ ଧନପୁର ପଂଚାୟତର ବଡ଼ କାଉଡି ଗାଁର ଶତାଧିକ ମହିଳା ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହା ସହ ଏହାର ନକଲ ଜୟପୁର ଏସଡିପିଓ, ସଦରଥାନା ଅଧିକାରୀ, ଓ  ଅବକାରୀ ଇନିସପେକ୍ଟରଙ୍କୁ ପ୍ରଦାନ କରିଛନ୍ତି। ମହିଳା ନେତ୍ରୀ ଡ.ଇନ୍ଦିରା ନନ୍ଦ, ଜୟପୁର ବ୍ଲକ ଉପାଧ୍ୟକ୍ଷ ଗଣେଷ ପାଢ଼ୀଙ୍କ ନେତୃତ୍ବରେ ସେନାପତି ନାୟକ, ରାଧିକା ପାଙ୍ଗୀ, ଗୁରୁ ଶୁକ୍ରୀ, ତିଳୋତ୍ତମା ନାୟକ ପ୍ରମୁଖଙ୍କ ସହ ଶତାଧିକ ମହିଳା ଏଥିରେ ଭାଗ ନେଇଥିଲେ।

ବଡ଼କାଉଡି ଗାଁରେ ବ୍ୟାପକ ଭାବେ ଦେଶୀ, ବିଦେଶୀ ମଦ ବିକ୍ରିର ଆଡ୍ଡା ପାଲଟିଛି। ଏହା ସାଙ୍ଗକୁ ଜୁଆ ଆଡ୍ଡା ବି ଚାଳିଛି। ପୁରୁଷମାନେ ମଜୁରିଆ ଭାବେ ଯାହା କାମ କରୁଛନ୍ତି ସେ ସବୁ ଟଙ୍କାରେ ମଦ ପିଇବା ସହ ଜୁଆ ଅଡ୍ଡାକୁ ଯାଇ ଜୁଆ ‌ଖେଳି ହାରୁଛନ୍ତି। ନିଶାଶକ୍ତ ଅବସ୍ଥାରେ ମହିଳା ଓ ଯୁବତୀଙ୍କୁ ଅଶୋଭନୀୟ ବ୍ୟବହାର କରୁଛନ୍ତି। ମହିଳା ମାନେ କାମ କରି ଆଣୁଥିବା ମଜୁରୀ ଟଙ୍କାକୁ ବି ଛଡ଼ାଇ ନେଇ ମଦ୍ୟପମାନେ ମଦ ପିଇ ସବୁ ଟଙ୍କା ସାରି ଦେଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଏପରିକି ଗଣ୍ଡଗୋଳ, ମାରପିଟ୍ ବି ଘରେ ଜାରୀ ରହିଥିବା ମହିଳା ମାନେ କହିଛନ୍ତି। ଗାଁରେ ଅଶାନ୍ତିର ବାତାବରଣ ଲାଗି ରହିବା ସହ ସବୁ ବେଳେ ଗଣ୍ଡଗୋଳ ମାରପିଟ୍ ବି ହେଉଥିବା ଦେଖିବାକୁ ମିଳୁଛି।

ଗାଁରେ ସଂପୁର୍ଣ୍ଣ ରୁପେ ମଦ ବିକ୍ରି ବନ୍ଦ କରିବାକୁ ମହିଳା ମାନେ ଦାବି କରିଛନ୍ତି। ପ୍ରଶାସନ ଯଦି ତ୍ବରିତ ପଦକ୍ଷେପ ନ ନେଲେ ମହିଳା ମାନେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଗାଁରେ କୌଣସି ପରିସ୍ଥିତିରେ ବି ମଦ ବିକ୍ରୀ କରାଇ ଦେବୁ ନାହିଁ ବୋଲି ମହିଳା ମାନେ କହିବା ସହ ପ୍ରଶାସନ ଯଦି ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ପୁଲିସ ,ଅବକାରୀ ଓ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ବି ଆନ୍ଦୋଳନ କରିବେ ବୋଲି ମହିଳା ମାନେ  ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe