ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସବୁ ସରକାରୀ ବିଜ୍ଞାପନ ହଟାଯାଉ: ବିଜେପି

Advertisment

ରାଜ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଦାବି କଲା ବିଜେପି ପ୍ରତିନିଧି ଦଳ

ରାଜ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଦାବି କଲା ବିଜେପି ପ୍ରତିନିଧି ଦଳ

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସବୁ ସରକାରୀ ବିଜ୍ଞାପନ ହଟାଯାଉ: ବିଜେପି

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ କମିସନରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ଛକ ଏବଂ ପ୍ରମୁଖ ସ୍ଥାନଗୁଡ଼ିକରେ ଲାଗିଥିବା‌ ‌ବିଜ୍ଞାପନ ହୋର୍ଡିଂ, ପୋଷ୍ଟର, ବ୍ୟାନର ଆଦିକୁ ହଟାଯିବ। ଏପରିକି ସିମେଣ୍ଟ ଓ ଲୁହା ପାଇପ୍‌ରେ ସ୍ଥାୟୀ ଭାବେ ନିର୍ମିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଥିବା ବଡ଼ ବଡ଼ ବିଜ୍ଞାପନ ବି ଉ‌େଚ୍ଛଦ ହେବ। ହେଲେ ରାଜ୍ୟ ସରକାର ଏହାକୁ ଉଚ୍ଛେଦ କରୁନାହାନ୍ତି। ଏବେବ‌ି ସରକାରୀ କାର୍ଯ୍ୟାଳୟରେ, ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସରକାରୀ ବିଜ୍ଞାପନ ଦେଖିବାକୁ ମିଳୁଛି। ସରକାରୀ ଅର୍ଥରେ ଦଳୀୟ ନେତାମାନଙ୍କ ଫଟୋ ଥିବାରୁ ଏହା ଭୋଟରଙ୍କୁ ପ୍ରଭାବିତ କରୁଛି। ତେଣୁ ତୁରନ୍ତ ଏହାକୁ ଉଚ୍ଛେଦ କରାଯାଉ ବୋଲି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନରଙ୍କ ନିକଟରେ ଦାବି କରିଛି।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, ପଞ୍ଚାନନ ନାଏକ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ, ଗଣମାଧ୍ୟମ ସହ ସଂଯୋଜକ ସୁଜିତ ଦାସ, ବିଜେପି ସାମାଜିକ ସଙ୍ଗଠନ ରାଜ୍ୟ ସଂଯୋଜକ ରଶ୍ମି ରଞ୍ଜନ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe