କପସିଲାରେ ଜବରଦଖଲ ଉଚ୍ଛେଦ

Advertisment
କପସିଲାରେ ଜବରଦଖଲ ଉଚ୍ଛେଦ

ତୁଷୁରା: ତୁଷୁରା ଏନ୍‌ଏସି ଅନ୍ତର୍ଗତ କପସିଲାଠାରେ ଏନ୍‌ଏସି ପକ୍ଷରୁ ଗୁରୁବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ତହସିଲଦାର ରବୀନ୍ଦ୍ର ପଟେଲଙ୍କ ଉପସ୍ଥିତିରେ କପସିଲାର ଶିବ ମନ୍ଦିର ରାସ୍ତା, ସାହୁପଡ଼ା ରାସ୍ତା, କୁମ୍ଭାରପଡ଼ା ରାସ୍ତା ଓ ବନ୍ଧପଡ଼ା ରାସ୍ତାର ପ୍ରଶସ୍ତୀକରଣ ଓ ଡ୍ରେନ୍‌ ନିମାର୍ଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଥିଲା।

publive-image

ସୂଚନା ଅନୁସାରେ, କପସିଲା ଗ୍ରାମରେ ରାସ୍ତାର ଉନ୍ନତୀକରଣ ଓ ଡ୍ରେନ୍‌ ନିର୍ମାଣ ପାଇଁ ବହୁ ଦିନ ହେଲା ତୁଷୁରା ଏନ୍‌ଏସିକୁ ଟଙ୍କା ଆସିଛି। କିନ୍ତୁ ଲୋକଙ୍କ ଘରଗୁଡ଼ିକ ରାସ୍ତା ଉପରେ ରହିଥିବାରୁ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କାମ ହୋଇ ପାରୁ ନଥିଲା। ଫଳରେ ପ୍ରଶାସନ ପକ୍ଷରୁ କିଛି ଦିନ ତଳେ ସରକାରୀ ଜାଗାରେ ଥିବା ଘରଗୁଡ଼ିକୁ ନୋଟିସ ଦିଆଯାଇ ସରକାରୀ ସ୍ଥାନଗୁଡ଼ିକୁ ଛାଡ଼ିବା ପାଇଁ କହାଯାଇଥିଲା। କିଛି ଲୋକ ନୋଟିସ ପରେ ନିଜ ଜାଗା ନିଜେ ଭାଙ୍ଗି ଦେଇଥିଲେ। ଅନ୍ୟ କିଛି ଲୋକ ଜବରଦଖଲ ଜାଗାକୁ ଛାଡ଼ି ନଥିଲେ। ଫଳରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଏହି ଉଚ୍ଛେଦ ବେଳେ ତୁଷୁରା ଏନ୍‌ଏସି କାର୍ଯ୍ୟନିବାର୍ହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ତୁଷୁରା ଥାନାଧିକାରୀ ସଂଜୀବ ପଧାନ, ତୁଷୁରା ଆର୍‌ଆଇ ନବୀନ ରାଉତ, ତୁଷୁରା ବିଦ୍ୟୁତ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe