କେନ୍ଦୁଝର ଖଣିଜ ସାଇଡିଂରୁ ଶ୍ରମିକ ଅପସାରଣ ପାଇଁ ଚକ୍ରାନ୍ତ, ଆନ୍ଦୋଳନର ଚେତାବନୀ ଦେଲେ ବରିଷ୍ଠ ବିଜେପି ନେତା ମୁରଲୀ ଶର୍ମା

Advertisment
ଗନ୍ଧମାର୍ଦ୍ଦନରୁ ରେଳରେ ଖଣିଜ ପରିବହନ ଯୋଜନା ଚୂଡ଼ାନ୍ତ

India TV News

କେନ୍ଦୁଝର : ଖଣିଜ ସମ୍ପଦରେ ଭରା କେନ୍ଦୁଝରର ରେଲୱେ ସାଇଡିଂରୁ ଶ୍ରମିକ ଅପସାରଣ ପାଇଁ ଚକ୍ରାନ୍ତ ଚାଲିଛି। କିଛଦିନ ଧରି ଏଥିନେଇ ବିଧିବଦ୍ଧ ଉଦ୍ୟମ ବି ଆରମ୍ଭ ହୋଇଯାଇଛି। ଏହାକୁ ବନ୍ଦ କରାନଗଲେ କେନ୍ଦୁଝର ଜିଲ୍ଲାରେ ଏକ ବୃହତ୍‌ ଶ୍ରମିକ ଆନ୍ଦୋଳନ ମୁଣ୍ଡଟେକିବ ବୋଲି ବରିଷ୍ଠ ବିଜେପି ନେତା ଡ. ମୁରଲୀ ଶର୍ମା ଚେତାବନୀ ଦେଇଛନ୍ତି।

ଏକ ପ୍ରେସ୍‌ ବିବୃତିରେ ଡ. ଶର୍ମା କହିଛନ୍ତି ଯେ, ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ରେଲ-ୱେ ସାଇଡିଂରେ ଶ୍ରମିକମାନେ ଦୈନନ୍ଦିନ ଲୋଡିଂ କାର୍ଯ୍ୟ କରି ଜୀବିକା ନିର୍ବାହ କରିଥା’ନ୍ତି। ମାତ୍ର, ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଖଣି ବ୍ୟବସାୟୀ ମେସିନ୍‌ ଦ୍ବାରା ଲୋଡିଂ କାର୍ଯ୍ୟକରି ଶ୍ରମିକମାନଙ୍କ ପେଟରେ ଲାତ ମାରୁଛନ୍ତି।

ଏ ସମ୍ପର୍କରେ ଏକ ଦୃଷ୍ଟାନ୍ତ ଦେଇ ଡ. ଶର୍ମା କହିଛନ୍ତି ଯେ, ଗତ ୬ ତାରିଖ ଦିନ ବଡ଼ବିଲ ରେଲୱେ ସାଇଡିଂରେ ଏହଭଳି ଏକ ଘଟଣା ଘଟିଥିଲା। ମାନୁଆଲ ଲୋଡିଂ( ଶ୍ରମିକଙ୍କ ହାତରେ ଲୋଡିଂ) ବ୍ୟବସ୍ଥାରେ ପରିଚାଳିତ ଏହି ସାଇଡିଂରେ ବହୁ ବର୍ଷ ଧରି ଶ୍ରମିକମାନେ କାର୍ଯ୍ୟ କରି ପେଟ ପୋଷୁଥିଲେ। ମାତ୍ର, ସେହିଦିନ ହଠାତ୍‌ ଚାରୋଟି ବସ୍‌ରେ ପୁଲିସ୍‌ କର୍ମଚାରୀ ପହଞ୍ଚି ଶ୍ରମିକମାନଙ୍କୁ ଧମକଚମକ ଦେଇଥିଲେ। ଏପରିକି କେତେଜଣ ଶ୍ରମିକ ନେତାଙ୍କୁ ପୁଲିସ୍‌ ଥାନାକୁ ଆଣି ଧମକଚମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷେ, କିଛି ଲୋଡିଂ ଠିକାଦାର ମେସିନ୍‌ ଲଗାଇ କାମ କରିବା ପାଇଁ ଉଦ୍ୟମ କରୁଥିବା ଡ. ଶର୍ମା ଅଭିଯୋଗରେ ଦର୍ଶାଇଛନ୍ତି।

ଏପରି ପରସ୍ଥିତି ଲାଗି ରହିଲେ ଯୋଡ଼ା-ବାଂଶପାଣି ସାଇଡିଂରେ ଠିକାଦାରଙ୍କ ଦ୍ବାରା ମେସିନ୍‌ ବ୍ୟବହାର ଫଳରେ ଯେଉଁଭଳି ଭ‌ାବେ ଶ୍ରମିକ ବସ୍ତି ଲୋପ ପାଇଯାଇଥିଲା, ଆଗାମୀ ଦିନରେ ସେହିଭଳି ପରିସ୍ଥିତି ସୃଷ୍ଟି ହେବ। କେନ୍ଦୁଝର ଜିଲ୍ଲାରେ ଶ୍ରମିକଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ।

ତେବେ, ଶ୍ରମିକମାନଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇ ଆୟ ବଢ଼ାଇବାକୁ ଚକ୍ରାନ୍ତ କରୁଥିବା ଲୋଡିଂ ଠିକାଦାର କମ୍ପାନି ଓ କମ୍ପାନିକୁ ସାହାଯ୍ୟ କରୁଥିବା ପ୍ରଶାସନିକ କଳର ଏହି ଉଦ୍ୟମକୁ ଆଦୌ ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ଡ.ଶର୍ମା। ଆବଶ୍ୟକ ହେଲେ, ଜିଲ୍ଲାରେ ଏକ ବୃହତ୍‌ ଶ୍ରମିକ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏହି ଘଟଣାରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଗର୍ବ କୁହାଯାଉଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡା। ସେ କହିଛନ୍ତି ଯେ, ମେସିନ୍‌କୁ ବଞ୍ଚାଇ ମଣିଷକୁ ମାରିବା ପାଇଁ ଉଦ୍ୟମ କଲେ, ସରକାର ହିଁ ଆଗେ ମରିବେ।’

ଅପରପକ୍ଷେ, ଏହିଭଳି ଘଟଣା ପରେ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe