ମହଙ୍ଗା ପଡ଼ିଲା ବିବାଦ: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ଏମାନେ

ମହଙ୍ଗା ପଡ଼ିଲା ବିବାଦ: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ଏମାନେ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଢେର୍ ବଦନାମ ମୁଣ୍ଡାଇଥିଲେ ସରକାର। ନୟାଗଡ ପରୀ ହତ୍ୟା ମାମଲାରେ ବି ବିରୋଧୀ ଢେର୍ ହଲାପଟା କରିଥିଲେ। ଏସବୁକୁ ବଳି ଯାଇଥିଲା କଳାହାଣ୍ଡି ମମିତା ମୃତ୍ୟୁ ପ୍ରସଙ୍ଗ। ଏହି ତିନି ଘଟଣାରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ର ଚର୍ଚ୍ଚାକୁ ଆସିଥିଲେ। ସେ ସମୟରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇନଥିଲେ ରାଜ୍ୟ ସରକାର। ହେଲେ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମସ୍ତଙ୍କୁ ବାଦ୍ ଦେଇଛନ୍ତି।

ଏମାନଙ୍କୁ ନେଇ ଭବିଷ୍ୟତରେ ବିରୋଧୀ ଆଉ ମୁଖ୍ୟମନ୍ତ୍ରୀଙ୍କୁ ଘେରିବାର ସୁଯୋଗ ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ବିରୋଧୀ ଏହି ତିନି ଜଣଙ୍କୁ ମନ୍ତ୍ରୀଙ୍କୁ ସାମ୍ନାକୁ ଆଣି ସରକାରଙ୍କୁ ହଲାପଟା କରିଥିଲେ। ପଞ୍ଚାୟତ ଓ ପୌର ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡିନଥିଲା ସତ, କିନ୍ତୁ ସତର୍କ ନବୀନ ମନ୍ତ୍ରିମଣ୍ଡଳ ନବକଳେବର ପରେ କାଳେ ଏହି ପ୍ରସଙ୍ଗଟି ଆଉଥରେ ଉଠିବ, ସେଥିପାଇଁ ସାମାନ୍ୟ ରିସ୍କ ନେଇନାହାନ୍ତି ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି। ନୟାଗଡ, କଳାହାଣ୍ଡି ମନ୍ତ୍ରୀଶୂନ୍ୟ ହୋଇପଡ଼ିଥିବା ବେଳେ କଟକ ଜଣେ ଟାଣୁଆ ମନ୍ତ୍ରୀଙ୍କୁ ହରାଇଲା।
ପୂର୍ବ ସରକାରମାନଙ୍କରେ ଯେଉଁ ମନ୍ତ୍ରୀମାନଙ୍କ ବିରୋଧରେ ଅଭିଯୋଗ ଆସୁଥିଲା, ନବୀନ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ତତ୍କାଳ ବିଦା କରିବାର ନଜିର ରହିଛି। ହେଲେ
ଏ ପାଳି ଅତ୍ୟନ୍ତ ଧୈର୍ଯ୍ୟର ସହିତ ନବୀନ ମନ୍ତ୍ରିମାନଙ୍କୁ ସ୍ବଚ୍ଛ ହେବା ଲାଗି ସୁଯୋଗ ଦେଇଥିଲେ। ତିନିଟି ଯାକ ପ୍ରସଙ୍ଗରେ ମାମଲାର ଗତି ଯାହା ହୋଇଥାଉନା କାହିଁକି, ସାଧାରଣରେ ଏହି ମନ୍ତ୍ରୀମାନେ ନିଜ ଭାବମୂର୍ତିକୁ ଉଜ୍ଜଳ କରିପାରିଲେ ନାହିଁ। ଏହାର ପରିମାଣ ସ୍ବରୂପ ଏବେ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି।

publive-image

ଏଠାରେ ଉଲ୍ଲେଖଥାଉକି, ପରୀ ମାମଲାରେ ବିରୋଧୀ ନାରାବାଜି ଘଟଣା ଲୋକଙ୍କୁ ମନରୁ ଲିଭିନି। ଏପଟେ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାହାଙ୍ଗାରେ ସଭା କରି ପୁଣି ଥରେ ଏହି ପ୍ରସଙ୍ଗ ଉଖାରିଥିଲେ। ଏହା ହିଁ ସୂଚାଇ ଦେଇଥିଲା ଯେ ବିରୋଧୀ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ଛାଡ଼ିନାହାନ୍ତି। ସେପଟେ ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଗୋଟିଏ ବାର୍ତା ତିଆରି ହୋଇଗଲା ଯେ କଳାହାଣ୍ଡି-ବଲାଙ୍ଗୀର ସହିତ ଯୋଡି ହୋଇଥିବା ମମିତା ହତ୍ୟା ମାମଲା ପୁଣି ଥରେ ଉଠିବ।

ଏଠାରେ ଉଲ୍ଲେଖଥାଉକି, ଗଞ୍ଜାମ ଜିଲ୍ଲାର ହେଭିୱେଟ୍ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ପଦରୁ ନବୀନ ବିଦା କରିଦେଇଛନ୍ତି। ତେବେ ଶାରୀରିକ ଅସୁସ୍ଥତା ପାଇଁ ତାଙ୍କୁ ବିଦା କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି।

ଅନ୍ୟ ତିନି ଜଣ ବରିଷ୍ଠ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ, ପଦ୍ମନାଭ ବେହେରାଙ୍କୁ ବି ବିଦା କରାଯାଇଛି। ସେହିଭଳି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାଏକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ପ୍ରମୁଖଙ୍କୁ ପଦବି ହରାଇବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe