ରେମୁଣାରେ ନିର୍ମାଣ ହେବ ଟଙ୍କା ଛପା କାଗଜ ତିଆରି ପ୍ରକଳ୍ପ

ରେମୁଣାରେ ନିର୍ମାଣ ହେବ ଟଙ୍କା ଛପା କାଗଜ ତିଆରି ପ୍ରକଳ୍ପ

Pinterest

ରେମୁଣା: ରେମୁଣା ତହସିଲ ଅଧୀନରେ ଥିବା ଶେରଗଡ଼ର ବାଉଁଶମୁହାଁ, ପଦାଗାଁ ଓ ନରହରିପୁର ଗ୍ରାମର ପଡ଼ିଆକୁ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳ ବୁଲି ଦେଖିଥିଲେ। ଟଙ୍କା ଛପା ପାଇଁ କାଗଜ ପ୍ରିଣ୍ଟ ପ୍ରକଳ୍ପ ନିମେନ୍ତ ଏହି ପ୍ରତିନିଧି ଦଳ ଗସ୍ତ କରିଥିବା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଏହି ପ୍ରକଳ୍ପ ନିମନ୍ତେ ୧୦୦ ଏକର ଜାଗା ଆବଶ୍ୟକ ଥିବାବେଳେ ସ୍ଥାନ ଚିହ୍ନଟ ହେଲେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।

ରିଜର୍ଭ ବ୍ୟାଙ୍କ ପ୍ରତିନିଧିଙ୍କୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ରେମୁଣା ତହସିଲଦାର ସୀତାଂଶୁ ଶେଖର ଦାସଙ୍କ ସହିତ ଇଡ୍‌କୋ ଅଧିକାରୀ ତିନୋଟି ସ୍ଥାନର ଜାଗା ଦେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe