ରେଙ୍ଗାଳବେଡ଼ା ଗ୍ରାମ: ସକାଳ ହେଲେ ପାନୀୟ ଜଳ ପାଇଁ ମହିଳାଙ୍କ ମଧ୍ୟରେ ପ୍ରତିଯୋଗିତା

Advertisment

ସକାଳ ହେଲେ ଗୋଟିଏ କୂଅ ସମ୍ମୁଖରେ ପାନୀୟ ଜଳ ପାଇଁ ମହିଳାଙ୍କ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଦୀର୍ଘ ୫ ବର୍ଷ ହେଲା ନିର୍ମାଣ ଚାଲିଛି ବସୁଧା ପ୍ରକଳ୍ପ କିନ୍ତୁ ନିର୍ମାଣ ସମ୍ପୂର୍ଣ୍ଣ ହେଉନି...

ସକାଳ ହେଲେ ଗୋଟିଏ କୂଅ ସମ୍ମୁଖରେ ପାନୀୟ ଜଳ ପାଇଁ ମହିଳାଙ୍କ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଦୀର୍ଘ ୫ ବର୍ଷ ହେଲା ନିର୍ମାଣ ଚାଲିଛି ବସୁଧା ପ୍ରକଳ୍ପ କିନ୍ତୁ ନିର୍ମାଣ ସମ୍ପୂର୍ଣ୍ଣ ହେଉନି...

Rengalbeda Village: Competition among women for drinking water in the morning

Rengalbeda Village: Competition among women for drinking water in the morning Photograph: (sambad.in)

ରାଇରଙ୍ଗପୁର/ଗୋରୁମହିଷାଣୀ:ସକାଳ ହେଲେ ଗୋଟିଏ କୂଅ ସମ୍ମୁଖରେ ପାନୀୟ ଜଳ ପାଇଁ ମହିଳାଙ୍କ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଦୀର୍ଘ ୫ ବର୍ଷ ହେଲା ନିର୍ମାଣ ଚାଲିଛି ବସୁଧା ପ୍ରକଳ୍ପ କିନ୍ତୁ ନିର୍ମାଣ ସମ୍ପୂର୍ଣ୍ଣ ହେଉନି। ସତେ ଯେପରି ଗରିବଙ୍କୁ ଛିଡା ହୋଇ ଉପହାସ କରୁଛି ସୂଚନା ଫଳକ ବିହୀନ ବସୁଧା ପ୍ରକଳ୍ପ ।  

ବାଧ୍ୟ ହୋଇ ମହିଳାମାନେ ଗାଁ ଠାରୁ ୧ କି.ମି ଦୂର ଜଙ୍ଗଲ ଭିତରେ ଥିବା କୂଅରୁ ପାଣି ଆଣି ପରିବାରର ଜଳ କଷ୍ଟ ଦୂର କରୁଛନ୍ତି। ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି ।

ଏଭଳି ଜଳ କଷ୍ଟ ଦୃଶ୍ୟ ସାମ୍ନାକୁ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ତଥା ବିଜାତଳା ବ୍ଲକ ଅନ୍ତର୍ଗତ ଚଢ଼େଇପାହାଡି ଗ୍ରାମ ପଞ୍ଚାୟତର ରେଙ୍ଗାଳବେଡ଼ା ଗ୍ରାମରେ । ତେବେ ଗ୍ରାମବାସୀଙ୍କ  ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ବିଜାତଳା ଜଳ ଯୋଗାଣ ଅଧୀନସ୍ଥ ଚଢ଼େଇପାହାଡି ଗ୍ରାମ ପଞ୍ଚାୟତର ରେଙ୍ଗାଳବେଡ଼ା ଗ୍ରାମରେ ଦୀର୍ଘ ପାଞ୍ଚ ବର୍ଷ ହେଲା ବସୁଧା ଟାଙ୍କି ନିର୍ମାଣ ଚାଲିଛି ମାତ୍ର ଅଧିକାରୀଙ୍କ ଅପାରଗତା ଓ ଦାୟିତ୍ୱହୀନତା ପାଇଁ ବର୍ତ୍ତମାନ୍ ମଧ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିନି ।

ଗ୍ରାମର ୪ ଟି ନଳକୂପରୁ ୩ ଅଚଳ । ଯଦିଓ ଗୋଟିଏରୁ ପାଣି ବାହାରୁଛି ,ତେ‌ବେ ସେଥିରୁ  ଦୂଷିତ ପାଣି ବାହାରୁଛି । ଏହା ଛଡା ଗୋଟିଏ ସୋଲାର ପାନୀୟ ଜଳ ପ୍ରକଳ୍ପ ଥିଲା ତାହା ମଧ୍ୟ ୨ ବର୍ଷ ହେଲାଣି ଅଚଳ ହୋଇ ପଡିରହିଛି ।

ଗ୍ରାମରେ ପ୍ରାୟ ଅଧା ପରିବାରକୁ ଲମ୍ବାଲମ୍ବା ପାଇପ ବିଛାଯାଇ ଦୀର୍ଘ ଦୁଇ ବର୍ଷ ହେଲା ଅଧପନ୍ତରିଆ ହୋଇପଡିରହିଛି ଏବଂ ଗ୍ରାମର ୬୦ ରୁ ଅଧିକ ପରିବାରର ଲୋକେ ଗୋଟିଏ କୂଅ ଉପରେ ଭରସା କରିଥାନ୍ତି । ତେଣୁ ପ୍ରତିଦିନ ସକାଳେ ପାଣି ପାଇଁ ମହିଳାଙ୍କ କୂଅ ପାଖରେ ମଧ୍ୟରେ କିଏ ଆଗେ ପାଣି ନେବ ସେ ନେଇ ପ୍ରତିଯୋଗିତା ହୋଇଥାଏ। 

ସରକାର ଲୋକଙ୍କ ଜଳ କଷ୍ଟ ଦୂର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗ୍ରାମର ଶହ ଶହ ଲୋକେ ସମସ୍ୟା ଭୋଗୁଛନ୍ତି ।  ପାନୀୟ ଜଳ ଟୋପାଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭାଗ କାହିଁକି ଦାୟିତ୍ୱ ହୀନତା ସାଜି ବସିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ,ଏ ସମ୍ପର୍କରେ ବିଜାତଳା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାହିଁକି ପ୍ରକଳ୍ପ କାର୍ଯ୍ୟ ସରିନାହିଁ ବୋଲି ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନଥିଲା ।

ତେବେ କୋଟି କୋଟି ଟଙ୍କାର ବସୁଧା ଟାଙ୍କି କାହା ପାଇଁ ତାହା ଏବେ ବନ ପ୍ରଶ୍ନ ପାଲଟିଛି। ଗ୍ରାମବାସୀ ନୂତନ ସରକାରଙ୍କୁ ଶୀଘ୍ର ଜଳ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ଥର ଗତିରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। 

ଏହା ସହିତ ଗ୍ରାମରେ କୌଣସି କମ୍ପାନିର ମୋବାଇଲ ନେଟୱାର୍କ ନଥିବାରୁ ଖବରକାଗଜରେ ବାରମ୍ବାର ପ୍ରକାଶିତ ହେବା ପରେ ଗ୍ରାମ ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ବର୍ଷ ପୂର୍ବରୁ ଏକ ଵିଏସ୍ଏନଏଲ୍ ୪ଜି ମୋବାଇଲ୍ ଟାୱାର ସ୍ଥାପିତ କରାଯାଇଥିଲା। ବହୁ ବର୍ଷଧରି ଏହି ଟାୱାର କାର୍ଯ୍ୟକ୍ଷମ ନହେବାରୁ ଗ୍ରାମବାସୀମାନେ ବାରମ୍ବାର ଦାବି କରିବା ପରେ ଗତ କିଛି ମାସ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିଲା । ତେବେ ତାହା ମଧ୍ୟ ପ୍ରତ୍ୟେକ ଦିନ କାର୍ଯ୍ୟ କରୁନାହିଁ ।

ସପ୍ତାହରେ ଗୋଟିଏ କିମ୍ବା ଦୁଇଦିନ ନେଟୱାର୍କ ଛଡ଼ାଯାଉଛି । ଯାହାଫଳରେ ଗ୍ରାହକମାନେ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ସମେତ ଅନ୍ୟ ଜରୁରୀ କାର୍ଯ୍ୟ ପାଇଁ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ଏପ୍ରିଲ ୨୭ରେ ଅନୁଷ୍ଠିତ ପରୀକ୍ଷା ବାତିଲ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ: ନୂତନ ତାରିଖ ଘୋଷଣା

ଚଢ଼େଇପାହାଡ଼ି ପଞ୍ଚାୟତର ପଡୋଶୀ ରାଜ୍ୟ ଝାଡଖଣ୍ଡର ନେଟୱାର୍କ ପାହାଡ ଉପରକୁ ଚଢିଲେ ମିଳୁଛି । ଏଣୁ ବାଧ୍ୟ ହୋଇ ହଇରାଣ ହୋଇ ପାହାଡ଼ ଉପରକୁ ଚଢ଼ି ଲୋକେ ମୋବାଇଲ୍‌ରେ କଥା ହୋଇଥାନ୍ତି । ଝାଡଖଣ୍ଡ ରାଜ୍ୟର ନେଟୱାର୍କ ମଧ୍ୟ ବହୁତ୍ କମ୍ ମିଳୁଥିବାରୁ କଥାବାର୍ତ୍ତା ସ୍ପଷ୍ଟ ଶୁଣାଯାଏ ନାହିଁ ।

ଏନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବେଳେ ବେଳେ ବିଦ୍ୟୁତ୍ କଟିଲେ ୩/୪ ଦିନ ପରେ ଲାଇନ୍ ମିଳେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ଅଧିକ ପଢ଼ନ୍ତୁ: ଖାଦ୍ୟ ଅନ୍ବେଷଣରେ ସହରରେ ପଶିଲା ଅଜଗର

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe