Geeta Pattnaik: ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗ

Advertisment

ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାନ୍ତି। ଆଜି ସନ୍ଧ୍ୟା ୬ଟା ୧୮ ମିନିଟରେ ତାଙ୍କର ହୃଦ୍‌ଘାତରେ  ପରଲୋକ ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖ ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାନ୍ତି। ଆଜି ସନ୍ଧ୍ୟା ୬ଟା ୧୮ ମିନିଟରେ ତାଙ୍କର ହୃଦ୍‌ଘାତରେ  ପରଲୋକ ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖ ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

New Project

ଭୁବନେଶ୍ବର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାନ୍ତି। ଆଜି ସନ୍ଧ୍ୟା ୬ଟା ୧୮ ମିନିଟରେ ତାଙ୍କର ହୃଦ୍‌ଘାତରେ  ପରଲୋକ ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖ ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଗତ ୧୨ ତାରିଖ ଦିନ ସେ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ରାଜଧାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ ମସ୍ତିସ୍କାଘାତ ହୋଇଥିବା ଜଣାପଡିଥିଲା ଏବଂ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆସନ୍ତାକାଲି ଗୀତା ପଟ୍ଟନାୟକଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉରାରେ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। 

ସୂଚନାଯୋଗ୍ୟ, ୧୯୫୪ ମସିହା ଡିସେମ୍ବର ୧୦ ତାରିଖରେ ଗୀତା ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ। ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଓ ହେମଲତା ପଟ୍ଟନାୟକଙ୍କ ଝିଅ ଗୀତା ପ୍ରଥମେ ରେଡ଼ିଓରୁ ଲତା ମଙ୍ଗେସକରଙ୍କ ଗୀତ ଶୁଣି ନିଜେ ନିଜେ ଗାଇବାକୁ ଉଦ୍ୟମ କରିଥିଲେ। ୧୯୭୫ ମସିହାରେ କଟକ କଳା ବିକାଶ କେନ୍ଦ୍ରରେ ଯୋଗ ଦେଇ ସଙ୍ଗୀତ ଶିକ୍ଷା ନେଇଥିଲେ। ସେ ରଘୁ ନନ୍ଦ, ରାଖାଲ ଚନ୍ଦ୍ର ମହାନ୍ତି ଓ ବାଳକୃଷ୍ଣ ଦାସଙ୍କ ଠାରୁ ସେ ସଂଗୀତ ଶିଖିଥିଲେ। କଳା ବିକାଶ କେନ୍ଦ୍ରରେ ୬ ବର୍ଷ ଶିକ୍ଷା ଗ୍ରହଣ କରି ସେଠାରୁ ସଙ୍ଗୀତ ଭୂଷଣ ପାସ୍ କରିଥିଲେ। ୧୯୭୧ ମସିହାରେ ଆକାଶବାଣୀର ଜଣେ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ। ସେଠାରେ  ତାଙ୍କର ପ୍ରଥମ ଗୀତ ଥିଲା ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ…। ଏହା ପରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଗୀତ ଗାଇଥିଲେ ବିଜେନ ବଜାଏ ବେଣୁ… , ଯାହା ବେଶ୍ ଲୋପ୍ରିୟ ହୋଇଥିଲା। ପରେ ପରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନେକ ଗୀତ ଗାଇଥିଲେ।

ଆହୁରି ପଢ଼ନ୍ତୁ: ସାଥୀ ମୋର... ସେ ମୋର ସମାଲୋଚକ ଓ ପ୍ରଶଂସକ ଉଭୟ: ଗୀତା ପଟ୍ଟନାୟକ

ସେ ମାତ୍ର ପନ୍ଦର ବର୍ଷ ବୟଷରେ ‘ଅଦିନ ମେଘ’ ଚଳଚ୍ଚିତ୍ରରେ ପ୍ରଥମ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଗୀତ ଗାଇଥିଲେ। ଦିଲ୍ଲୀ ପିସିସି ଆକାଶବାଣୀରେ କଣ୍ଠଦାନ କରିଥିଲେ। କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦୀ, ଗୁଜରାଟି, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ସେ ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ଓ ବିଭନ୍ନ ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଶାରେ ନୁହେଁ ଭାରତ ବାହାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି ।

‘ଯାଯାବର’ ଚଳଚ୍ଚିତ୍ରର ଫୁର କିନା ଉଡ଼ିଗଲା ବଣି, ମନ ମୋର।  ‘ନାଗଫାଶ’ ଚଳଚ୍ଚିତ୍ରର ନଦୀ ଫେରେ ସାଗରକୁ।  ‘ତଅପୋଇ’ଚଳଚ୍ଚିତ୍ରର ଭିଣେଇ ବାବୁ ଭିଣେଇ ବାବୁ ପଇଡ଼ରେ ପାଣି ଡାବୁ ଡାବୁ।  ‘ଆହୁତି’ ଚଳଚ୍ଚିତ୍ରର ହୃଦୟକୁ କରିଦିଅ ପାନ୍ଥଶାଳା।  ‘ଅଦିନ ମେଘ ‘ ଚଳଚ୍ଚିତ୍ରର ଏଇ ଆମରି ଗାଆଁ।  ‘ସଂସାର’ ଚଳଚ୍ଚିତ୍ରର ଆଲୋ କଳାଶାରୀ କିଏ ତୋ ଶୁଆ, ଜାଇଫୁଲରେ ….. ।  ‘ଅକ୍ଷିତୃତୀୟା’ ଫିଲ୍ମରେ ‘ଏଇ ତାର ଭରା ଜହ୍ନ ରାତି …. ଗୀତଟି ବେଶ୍ ଲୋକପ୍ରିୟ ହୋଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe