ପୁଣି ଖୋଲିବ ରତ୍ନଭଣ୍ଡାର: ୧୮ରେ ରହସ୍ୟମୟ ଭଣ୍ଡାର ଖୋଜା

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର ସହ ଖାଲି ସିନ୍ଦୁକ, ଆଲମିରା ଆଦି ସ୍ଥାନାନ୍ତର ପ୍ରକ୍ରିୟା ଶେଷ ପରେ ଆସନ୍ତା ୧୮ ତାରିଖରୁ ରତ୍ନଭଣ୍ଡାର ଭିତରେ ରହସ୍ୟମୟ ଭଣ୍ଡାର ଖୋଜା ଆରମ୍ଭ ହେବ।

ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର ସହ ଖାଲି ସିନ୍ଦୁକ, ଆଲମିରା ଆଦି ସ୍ଥାନାନ୍ତର ପ୍ରକ୍ରିୟା ଶେଷ ପରେ ଆସନ୍ତା ୧୮ ତାରିଖରୁ ରତ୍ନଭଣ୍ଡାର ଭିତରେ ରହସ୍ୟମୟ ଭଣ୍ଡାର ଖୋଜା ଆରମ୍ଭ ହେବ।

ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗର ସାଂଘାତିକ ଅଭିଯୋଗ: ମହାପ୍ରଭୁଙ୍କୁ ଲାଗି ହେଉଛି ‘ମାରା’ ଫୁଲ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର ସହ ଖାଲି ସିନ୍ଦୁକ, ଆଲମିରା ଆଦି ସ୍ଥାନାନ୍ତର ପ୍ରକ୍ରିୟା ଶେଷ ପରେ ଆସନ୍ତା ୧୮ ତାରିଖରୁ ରତ୍ନଭଣ୍ଡାର ଭିତରେ ରହସ୍ୟମୟ ଭଣ୍ଡାର ଖୋଜା ଆରମ୍ଭ ହେବ। ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପ୍ରକ୍ରିୟା ଆରମ୍ଭ କରିବେ। ରତ୍ନଭଣ୍ଡାର ଭିତରେ ଅନ୍ୟ କିଛି ସୁଡ଼ଙ୍ଗ ଅବା ରହସ୍ୟମୟ ଭଣ୍ଡାର ଅଛି କି ନାହିଁ, ସେନେଇ ଯାଞ୍ଚ କରିବେ। ତେଣୁ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ଜିଲ୍ଲା ଟ୍ରେଜେରିରୁ ଚାବି ଆସି ଭିତର ରତ୍ନଭଣ୍ଡାର ଖୋଲାଯିବ।

ଅପରପକ୍ଷେ ଦୈନନ୍ଦିନ ନୀତିକାନ୍ତିର ସମୟ ପରିବର୍ତ୍ତନ କରାଯାଇଛି। ସେପ୍ଟେମ୍ବର ୧୫ ଅପରାହ୍ଣ ୧ଟାରୁ ଏଏସ୍‌ଆଇ ପ୍ରତିନିଧି ଦଳ ରତ୍ନଭଣ୍ଡାରରେ ପ୍ରବେଶ କରୁଥିବାରୁ ଅପରାହ୍ଣ ୧ଟାରୁ ରତ୍ନଭଣ୍ଡାର ନିରୀକ୍ଷଣ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ମହାପ୍ରସାଦ ବିକ୍ରି ବନ୍ଦ ହେବନାହିଁ। ଭକ୍ତମାନେ ଚାହିଲେ ସିଂହଦ୍ବାର ବାଇଶିପାହାଚ ଦ୍ବାର ଦେଇ ଆନନ୍ଦବଜାରରୁ ମହାପ୍ରସାଦ ଆଣିପାରିବେ ବୋଲି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ସେପ୍ଟେମ୍ବର ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରିବ।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହା ଅନୁଷ୍ଠିତ ହେବ। ତେଣୁ ସେପ୍ଟେମ୍ବର ୧୫ରେ ଶ୍ରୀଜିଉଙ୍କ ସେବାପୂଜାରେ ବ୍ୟାଘାତ ନ କରି ନିରୀକ୍ଷଣ ପ୍ରକ୍ରିୟା ଶେଷ ପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ପୂର୍ବଦିନ ରାତି ୨ଟାରୁ ଦ୍ବାରଫିଟା ପରେ ରାତି ୩ଟା ସୁଦ୍ଧା ଭିତରଶୋଧ, ମଙ୍ଗଳଆଳତି ଶେଷ ହେବ। ପରେ ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ସଂପନ୍ନ ହେବ। ସେପ୍ଟେମ୍ବର ୧୮ ତାରିଖ ସକାଳ ୭ରୁ ସାଢ଼େ ୮ଟା ମଧ୍ୟରେ ସକାଳ ଧୂପରେ କେବଳ କୋଠଭୋଗ ହେବ। ପୂର୍ବାହ୍ଣ ସାଢ଼େ ୧୧ରୁ ୧ଟା ମଧ୍ୟରେ ମଧ୍ୟାହ୍ନ ଧୂପରେ ମଧ୍ୟ କେବଳ କୋଠଭୋଗ କରାଯିବ। ଦ୍ବିତୀୟ ଭୋଗ ମଣ୍ଡପ ମଧ୍ୟାହ୍ନ ୧ଟାରୁ ଦିନ ୨ଟା ମଧ୍ୟରେ କରାଯିବ। ଅପରାହ୍ଣ ୧ଟାରୁ ରତ୍ନଭଣ୍ଡାର ନିରୀକ୍ଷଣ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe