ସରୁନି ମରାମତି, ଗଡ଼ିପାରୁନି ଟ୍ରେନ୍‌

Advertisment
ଅନୁଗୁଳ-ତାଳଚେର ରେଳଲାଇନ ମରାମତି ଶେଷ: ଆଜିଠୁ ରେଳ ଚଳାଚଳ

ଅନୁଗୁଳ/ବଅଁରପାଳ : ସ୍ବାଭାବିକ ହୋଇପାରୁନି ଅନୁଗୁଳ-ତାଳଚେର ରୋଡ୍‌ ରେଳ ଲାଇନ୍। ସୋମବାର ରାତିରେ ଏହି ରୁଟ୍‌ରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବା ପରେ କ୍ଷତିଗ୍ରସ୍ତ ରେଳଲାଇନର ମରାମତି କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ଏହା ଶେଷ ହୋଇପାରିନାହିଁ। ରେଳ ଧାରଣାରୁ ବଗିଗୁଡିକୁ ହଟାଇ ଦିଆଯାଇଥିଲେ ମଧ୍ୟ ଟ୍ରାକ୍ ମରାମତି କାର୍ଯ୍ୟ ଶେଷ ହୋଇପାରିନାହିଁ। ପ୍ରବଳ ବର୍ଷା ଯୋଗୁଁ ମରାମତି କାର୍ଯ୍ୟ ବିଳମ୍ବିତ ହେଉଥିବା କୁହାଯାଉଛି। ତେଣୁ ବ୍ୟସ୍ତବହୁଳ ତାଳଚେର-ସମ୍ବଲପୁର ରୁଟ୍‌ରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବାକୁ ଆହୁରି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ତେଣୁ ଏହି ରୁଟ୍‌ରେ କେବେଠାରୁ ଟ୍ରେନ୍‌ ଚଳାଚଳ କରିବ ସେଥିନେଇ କୌଣସି ସ୍ପଷ୍ଟ ଚିତ୍ର ମିଳି ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe