ଝାରସୁଗୁଡ଼ାରେ ‘ଗବ୍ବର’ର ପୁନରାବୃତ୍ତି: ଶବକୁ ଅକ୍ସିଜେନ୍‌!

ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ପ୍ରେମୀ ଯୁଗଳ

new indian express

ଝାରସୁଗୁଡା: ଝାରସୁଗୁଡ଼ାରେ ବଲିଉଡ୍ ଚଳଚ୍ଚିତ୍ର ‘ଗବ୍ବର’ର ପୁନରାବୃତ୍ତି। ମୃତ ବ୍ୟକ୍ତିଙ୍କ ଚିକିତ୍ସା କଲେ। ହେଲେ ଏଠି ଘରୋଇ ହସ୍ପିଟାଲ ଭଳି ଟଙ୍କା ପାଇଁ ନୁହେଁ ବରଂ ଚିକିତ୍ସା ଅବହେଳାରୁ ମୃତ୍ୟୁ ପରେ ଦୋଷ ଲୁଚାଇବାକୁ ଯାଇ ମୃତକଙ୍କୁ ଅକ୍ସିଜେନ ଲଗାଇଲେ କର୍ତ୍ତୃପକ୍ଷ। ମୃତକ ହେଉଛନ୍ତି ବ୍ରଜରାଜନଗରର ଆରତି ଘୋଷ (୫୨ ବର୍ଷ)। ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣା ସମ୍ପର୍କରେ କାର୍ଯ୍ୟରତ ନର୍ସଙ୍କୁ ପଚାରିବାରେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା, କିନ୍ତୁ ଅକ୍ସିଜେନ ଓ ସାଲାଇନ ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି। ଘଟଣା ସମ୍ପର୍କରେ ହସ୍ପିଟାଲ ମ୍ୟାନେଜରଙ୍କୁ ପଚାରିବାରେ ଘଟଣା କଣ ହୋଇଛି ବୁଝିବେ ବୋଲି କହିଥିଲେ।

ଆରତିଙ୍କ ଝିଅ ସୁସ୍ମିତାଙ୍କ ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ତାଙ୍କ ମାଙ୍କ ରକ୍ତ ଶର୍କରା ସ୍ତରରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ଆରତିଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। କିନ୍ତୁ ରିପୋର୍ଟ ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯାଇ ନ ଥିଲା। ଦିନ ପ୍ରାୟ ଅଢ଼େଇଟା ସମୟରେ ନର୍ସ ଆସି ତାଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ଏହା ପରଠାରୁ ତାଙ୍କ ଅବସ୍ଥା ବିଗିଡ଼ିଥିବା ସୁସ୍ମିତା ଅଭିଯୋଗ କରିଛନ୍ତି। ସନ୍ଧ୍ୟା ୭ଟାରେ ସାଲାଇନ ଦିଆଯିବା କଥା। ସାଲାଇନ ଆଣି ବେଡ୍ ପାଖରେ ବି ରଖାଯାଇ ଥିଲା। କିନ୍ତୁ ସାଲାଇନ ଲଗାଯାଇ ନ ଥିଲା। ପରିବାର ଲୋକେ ଅଭିଯୋଗ କରିବା ପରେ ଠିକ୍ ରାତି ୧୦ଟା ବେଳେ ଆରତିଙ୍କୁ ସାଲାଇନ ଲଗାଯାଇ ଥିଲା। କିଛି ସମୟ ପରେ ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଡାକ୍ତର ତାଙ୍କ ଡେଥ୍ ରିପୋର୍ଟରେ ମୃତ୍ୟୁ ସମୟ ବି ରାତି ୧୦ଟା ଉଲ୍ଲେଖ କରିଛନ୍ତି। ଏହାଛଡ଼ା ରାତି ପ୍ରାୟ ୧୧ଟା ୩୦ ଯାଏ ଆରତିଙ୍କୁ ବେଡରେ ଅକ୍ସିଜେନ ମାସ୍କ ଲଗାଇ ଡାକ୍ତର ଅକ୍ସିଜେନ ଦେଉଥିବାର ଦୃଶ୍ୟ ବି ଦେଖିବାକୁ ମିଳିଛି। ଫଳରେ ହସ୍ପିଟାଲରେ ମୃତ ବ୍ୟକ୍ତିଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁସ୍ମିତା। ଡାକ୍ତରଖାନା କର୍ତ୍ତୃପକ୍ଷ ଦୋଷ ଲୁଚାଇବାକୁ ଯାଇ ଏହି ଡ୍ରାମା କରୁଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe