୩୪ ବୁଥ୍‌ରେ ସାନି ମତଦାନ ୧୯ରେ

Advertisment

ସବୁ ଇଭିଏମ୍‌ ସୁରକ୍ଷିତ ବୋଲି କହିଲେ ସିଇଓ, ‘ଫନି’ ପରର ପାଟକୁରା ସ୍ଥିତି ନେଇ ରିପୋର୍ଟ ତଲବ, ୨୩ ପରେ ନିର୍ବାଚନ ନେଇ ହୋଇପାରେ ନିଷ୍ପତ୍ତି

ସବୁ ଇଭିଏମ୍‌ ସୁରକ୍ଷିତ ବୋଲି କହିଲେ ସିଇଓ, ‘ଫନି’ ପରର ପାଟକୁରା ସ୍ଥିତି ନେଇ ରିପୋର୍ଟ ତଲବ, ୨୩ ପରେ ନିର୍ବାଚନ ନେଇ ହୋଇପାରେ ନିଷ୍ପତ୍ତି

୩୪ ବୁଥ୍‌ରେ ସାନି ମତଦାନ ୧୯ରେ

newslaundry.com

ଭୁବନେଶ୍ବର : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ହୋଇଥିବା ନିର୍ବାଚନରେ କିଛି ବୁଥ୍‌ରେ ଅନିୟମିତତା ଓ ତ୍ରୁଟି ଅଭିଯୋଗ ଆସିଥିଲା। ସେଗୁଡ଼ିକୁ ବିଚାରକୁ ନେଇ ୩୪ଟି ବୁଥ୍‌ରେ ସାନି ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ କରିଥିଲେ। ଏହା ମଧ୍ୟରେ ତୃତୀୟ ପର୍ଯ୍ୟାୟରେ ୧୨ଟି ବୁଥ୍‌ ଓ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ୍‌ ରହିଥିଲା। ଆଜି ଭାରତର ନିର୍ବାଚନ କମିସନ ନିେର୍ଦଶ ଦେଇଛନ୍ତି େଯ ଆସନ୍ତା ୧୯ ତାରିଖରେ ଏହି ୩୪ଟି ବୁଥ୍‌ରେ ନିର୍ବାଚନ ହେବ। ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପାଟକୁରା ନିର୍ବାଚନକୁ ନେଇ ପୁଣି ଥରେ ଚର୍ଚ୍ଚା ଆେଲାଚନା େଜାର ଧରିଛି। ମିଳିଥିବା ସୂଚନା ଅନୁସାରେ, ବିେଜପି ପ୍ରତିନିଧିଙ୍କ ସ୍ମାରକ ପତ୍ର ଆଧାରରେ ନିର୍ବାଚନ କମିସନ େଖାଳତାଡ ଆରମ୍ଭ କରିଛନ୍ତି। ସଂପ୍ରତି ପାଟକୁରାରେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ପ୍ରଭାବରେ କି କ୍ଷତି େହାଇଛି, ବର୍ତମାନର ସ୍ଥିତି କଣ େସ େନଇ ରାଜ୍ୟ ନିର୍ବାଚନ ଅଧିକାରୀ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କୁ ଏକ ରିେପାର୍ଟ ମାଗିଛନ୍ତି। ଏହି ରିେପାର୍ଟ ଭାରତର ନିର୍ବାଚନ କମିସନଙ୍କ ଅବଗତି ନିମନ୍ତେ ପଠାଯିବ।

ତେବେ ମିଳିଥିବା ସୂଚନା ଅନୁସାରେ, ପାଟକୁରା କେବେ ମତଦାନ େହବ ସଂପର୍କରେ ଭାରତର ନିର୍ବାଚନ କମିସନ ଆସନ୍ତା ୨୩ ତାରିଖ ପରେ ନିଷ୍ପତ୍ତି େନଇପାରନ୍ତି। ୨୩ ତାରିଖରେ େଭାଟଗଣତି କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଏଭଳି ଦୁଇଟି ଆସନରେ ନିର୍ବାଚନ ଲଢିଛନ୍ତି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଭଣ୍ଡାରୀେପାଖରୀ ଏବଂ ଘଷିପୁରା ଆସନରୁ ପ୍ରାର୍ଥୀ େହାଇଥିଲେ। ଆସନ୍ତା ୨୩ ତାରିଖ େଭାଟ ଗଣନା ପରେ ଏସବୁ ଆସନରେ ଉପ ନିର୍ବାଚନ ଆବଶ୍ୟକତା ପଡିବ କି ନାହିଁ, ତାହା ସ୍ପଷ୍ଟ ହେବ। କାରଣ ଯଦି ଉଭୟ େନତା ଉଭୟ ଆସନରେ ଜିତନ୍ତି, ତେବେ େକଉଁ ଆସନଟି ଛାଡିବେ, ଏସବୁ ଜଣାପଡିବା ପରେ ନିର୍ବାଚନ କମିସନ ପାଟକୁରା ସଂପର୍କରେ େଠାସ ନିଷ୍ପତ୍ତି େନବାର ସମ୍ଭାବନା ଯଥେଷ୍ଟ ଅଧିକ।

ତେବେ ଆଜି ସିଇଓ ଜଣାଇଛନ୍ତି, ଯାଜପୁର ଜିଲ୍ଲାର ବରୀରେ ୫ଟି ବୁଥ୍‌, ବାରିପଦା, ମାହାଙ୍ଗା ଓ ଆଠଗଡ଼ରେ ୪ଟି ‌େଲଖାଏ ବୁଥ୍‌, ବ୍ରହ୍ମଗିରି ଓ ବିଞ୍ଝାରପୁରରେ ୨ଟି ଲେଖାଏ ବୁଥ୍‌, ବଡ଼ମ୍ବା, ଦେବଗଡ଼, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ବର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ଜଳେଶ୍ବର, ବାଙ୍ଗିରିପୋଷି, ସାଲେପୁର ଓ ପାରାଦୀପରେ ଗୋଟିଏ ଲେଖାଏ ବୁଥ୍‌ରେ ସାନି ମତଦାନ ହେବ। ଏସବୁ ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ସେଦିନ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ େହବ।

ବାତ୍ୟାରେ ଷ୍ଟ୍ରଙ୍ଗ୍‌ ରୁମ୍‌ର ସ୍ଥିତି ନେଇ ଶ୍ରୀ କୁମାର କହିଥିଲେ, ଇଭିଏମ୍‌ ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ି ନାହିଁ। ସବୁ ଇଭିଏମ୍‌ ସୁରକ୍ଷିତ ଅଛି। ପୁରୀର ଏକ ସ୍ଥାନରେ ଷ୍ଟ୍ରଙ୍ଗ୍‌ ରୁମ୍‌ ବାରିକେଡ୍‌ ଭାଙ୍ଗିଯାଇଥିଲା। ସେଠାରେ ସୁରକ୍ଷା ପାଇଁ ଏକ ପ୍ଲାଟୁନ୍ ପୁଲିସ୍ ମୁତୟନ ହେ‌ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe