ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ୧୨୭ନଂ ବୁଥ୍‌ରେ ରବିବାର ପୁନଃମତଦାନ

Advertisment
୨୦ରେ ପାଟକୁରା ଭୋଟ, ଭୋଟରଙ୍କ ପାଇଁ ଛୁଟି ଘୋଷଣା କଲେ ସରକାର

NewsX

ଭୁବନେଶ୍ବର : ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ୧୨୭ ନମ୍ବର ବୁଥ୍‌ରେ ରବିବାର ପୁଣି ମତଦାନ ହେବ। ସହିଦନଗର ହାଇସ୍କୁଲରେ ହୋଇଥିବା ଏହି ମତଦାନ କେନ୍ଦ୍ରରେ ଏପ୍ରିଲ ୨୩ତାରିଖରେ ମତଦାନ ହୋଇଥିଲେ ହେଁ ଇଭିଏମ୍‌ ମେସିନ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ପୁଣି ଥରେ ଏଠାରେ ମତଦାନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ‌ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରିଥିଲେ। ଏହାପରେ ଆସନ୍ତା ୧୯ତାରିଖରେ ଏହି ବୁଥ୍‌ରେ ପୁନଃ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଥିବା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଅରୁଣ କୁମାର ବେହେରା ସୂଚନା ଦେଇଛନ୍ତି। ରବିବାର ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ।

ଏଠାରେ ସହିଦନଗରର କିଛି ଅଂଶ ଏବଂ ସହିଦନଗର ହାଇସ୍କୁଲ ଅଞ୍ଚଳ ଯାଉଛି। ଏହି ବୁଥ୍‌ରେ ୮୪୪ଜଣ ମତଦାତା ଥିବା‌ବେଳେ ୪୯୫ଜଣ ପୁରୁଷ ଏବଂ ୩୪୯ଜଣ ମହିଳା ମତଦାତା ଅଛନ୍ତି।
୧୯ତାରିଖରେ ଏଠାରେ ପୁନଃ ମତଦାନ ହେବାକୁ ଥିବାରୁ ବିଜେପି ଓ ବିଜେଡି ପ୍ରାର୍ଥୀମାନେ ପୁଣି ପ୍ରଚାର ଚଳାଇଛନ୍ତି। ଏବେ ‌ଖୁଲମଖୁଲା ପ୍ରଚାର ହେଉନଥିଲେ ହେଁ ବାତ୍ୟା ସହାୟତା ଦେବା ଆଳରେ ପ୍ରାର୍ଥୀମାନେ ମତଦାତାଙ୍କ ନିକଟରେ ପହଞ୍ଚୁଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ଲଢ଼େଇ ଜୋରଦାର ହେଉଥିବାରୁ ଏହି ବୁଥ୍‌ରେ ପୁନଃମତଦାନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe