ଢିଙ୍କିଆରେ କାରଖାନା ପାଇଁ ପ୍ରସ୍ତୁତ ପରିବେଶ ପ୍ରଭାବ ଆକଳନ ରିପୋର୍ଟ ତଥ୍ୟହୀନ

Advertisment
ଢିଙ୍କିଆରେ କାରଖାନା ପାଇଁ ପ୍ରସ୍ତୁତ ପରିବେଶ ପ୍ରଭାବ ଆକଳନ ରିପୋର୍ଟ ତଥ୍ୟହୀନ

Geographical Magazine

ଭୁବନେଶ୍ବର : ଢିଙ୍କିଆରେ କାରଖାନା ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ପରିବେଶ ପ୍ରଭାବ ଆକଳନ ରିପୋର୍ଟ ତଥ୍ୟହୀନ ଏବଂ ବିନା ଅଧ୍ୟୟନରେ ପ୍ରସ୍ତୁତ କରାଯାଇଛି। ସାମାଜିକ କାର୍ଯ୍ୟକର୍ତ୍ତା ପ୍ରଫୁଲ୍ଲ ସାମନ୍ତରାଏ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏପରି ଅଭିଯୋଗ ହୋଇଛି।

ଏସଂକ୍ରାନ୍ତରେ କୁହାଯାଇଛି ଯେ, ଢିଙ୍କିଆରେ କମ୍ପାନି ପ୍ରତିଷ୍ଠା ପାଇଁ ପରିବେଶ ପ୍ରଭାବ ଆକଳନ ରିପୋର୍ଟ ବିନା ଅଧ୍ୟୟନରେ କରାଯାଇଥିବା ଯୋଗୁଁ ପରିବେଶ ଅନୁମୋଦନ କମିଟି କମ୍ପାନିର ଆବେଦନକୁ ଫେରାଇ ଦେଇଥିଲା। ଆରମ୍ଭରୁ ହିଁ କମ୍ପାନିର ମୂଳ ଆକଳନ ଅଧ୍ୟୟନ ରିପୋର୍ଟ ପ୍ରତାରଣାମୂଳକ ଦସ୍ତାବିଜ। ଏଥିରେ ଅନେକ ତଥ୍ୟକୁ ଜାଣିଶୁଣି ଏଡ଼ାଇ ଦିଆଯାଇଛି। ତିନୋଟି ପ୍ରକଳ୍ପରୁ ଏକା ସାଙ୍ଗେ ଯେଉଁ ସାଂଘାତିକ ଗ୍ରିନ ହାଉସ ଗ୍ୟାସ ନିର୍ଗତ ହେବ ତାହା ବୈଜ୍ଞାନିକ ପଦ୍ଧତିରେ ଆକଳନ କରାଯାଇ ନାହିଁ। ଏହା କି ପ୍ରକାର ଏବଂ କେତେ ମାତ୍ରାରେ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ ତାକୁ ଏଡ଼ାଇ ଦିଆଯାଇଛି। ତେଣୁ ଦିଲ୍ଲୀର ବିଶେଷଜ୍ଞ ସଂସ୍ଥା କ୍ରିଆ ଦ୍ବାରା ପରିବେଶ ପ୍ରଭାବ ସଂକ୍ରାନ୍ତରେ ପ୍ରସ୍ତୁତ ଅଧ୍ୟୟନ ରିପୋର୍ଟକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରସ୍ତୁତ କରିଥିଲା।

ଏହି ଅଧ୍ୟୟନ ଅନୁଯାୟୀ, ଏହି ପ୍ରଦୂଷଣ ଅଣୁକଣା ବା ପିଏମ ଅତି ମାତ୍ରାରେ ହାନିକାରକ। ତେଣୁ ୨୨ ହଜାର ଜନସଂଖ୍ୟା ବିଶିଷ୍ଟ ଢିଙ୍କିଆ ଚାରିଦେଶ ଏହି ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେବ। ଏଠାରେ ପ୍ରକଳ୍ପ ପ୍ରତ୍ୟାହାର ପାଇଁ ପ୍ରଫୁଲ୍ଲ ସାମନ୍ତରାଏ, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା, ଦେବ ପ୍ରସାଦ ରାୟ ଏବଂ ଜ୍ୟୋତିରଞ୍ଜନ ମହାପାତ୍ର ଦାବି କରିଥିଲେ। ସୂଚନାଯୋଗ୍ୟ, ଆସନ୍ତାକାଲି ଏହାକୁ ନେଇ ବୈଠକ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe