ରଥ ଖଳା ହାଲ୍‌ଚାଲ୍‌: ବଡ଼ ପୋଟଳ ଓ ଢମକ କାମ ଆରମ୍ଭ

Advertisment
ରଥ ଖଳା ହାଲ୍‌ଚାଲ୍‌: ବଡ଼ ପୋଟଳ ଓ ଢମକ କାମ ଆରମ୍ଭ

ପୁରୀ: ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ତୃତୀୟ ଭୂଇଁ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ତିନି ରଥରେ ଢ଼ମକ କଣ୍ଟା ବାଡ଼ିଆ କାମ ଆଜି ଆରମ୍ଭ ହୋଇଛି। ତୃତୀୟ ଭୂଇଁ ସଂଯୋଗ ପୂର୍ବରୁ ସମାନ ଭାରସାମ୍ୟ ରକ୍ଷା ପାଇଁ ଢମକ କଣ୍ଟା ବାଡ଼ିଆ ଆବଶ୍ୟକ। ଏଥି ପାଇଁ ତିନି ରଥରେ ଆଗିଆଣି ଓ ପଛିଆଣି କଣ୍ଟା ବାଡ଼ିଆ ହେଉଥିବା ବେଳେ ଆଜି ନନ୍ଦିଘୋଷ ଓ ତାଳଧ୍ୱଜ ରଥର ଆଗିଆଣି କଣ୍ଟା ବାଡ଼ିଆ ଶେଷ ହୋଇଛି। ସେପଟେ ଦର୍ପଦଳନ ରଥର ଆଗିଆଣି ଓ ପଛିଆଣି ଢମକ କଣ୍ଟା ବାଡ଼ିଆ ଶେଷ ହୋଇଛି। ତିନି ରଥର ପୋଟଳ କାମ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ତିନିଟି ଯାକ ରଥରେ ବଡ଼ ପୋଟଳ ସଂଯୋଗ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ କାମକୁ ଆଗେଇ ନେଇଛନ୍ତି। ସେପଟେ ଦୋଳବେଦି କମାରଶାଳରେ ପାରାଭାଡ଼ି କଣ୍ଟା ଓ ଅନ୍ୟାନ୍ୟ କଣ୍ଟା ପ୍ରସ୍ତୁତିରେ କମାର ସେବକମାନେ ତତ୍ପରତା ଦେଖାଇଛନ୍ତି। ରୂପକାର ସେବକଙ୍କ କାମ ବି ସେମାନଙ୍କ କାମକୁ ଆଗେଇ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe