ପୁରୀ: ରଥଖଳାରେ ଆଜିଠାରୁ ଓରାବିନ୍ଧ କାମ ଆରମ୍ଭ ହୋଇଛି। ଅନ୍ୟପଟେ କମାରଶାଳ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ଆଜି ରଥଖଳାରେ କାଠ ମୁଆଣ୍ଟ ପାଇଁ ୨୦ ଫୁଟିଆ ୧୨ଟି କାଠ ପଡିଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ଵରେ ଭୋଇ ସେବକମାନେ ଏହି କାଠ ସବୁ ବୋହି ନେଇ ରଥଖଳାରେ ରଖିଥିଲେ। ଯନ୍ତାଗଡାରେ ରୂପକାର ସେବକମାନେ କୋଣଗୁଜ, କୁଡୁକା ଆଦି କାମକୁ ଆଗେଇ ନେଇଛନ୍ତି। ଅନ୍ୟପକ୍ଷରେ କମାରଶାଳ ଚଳଞ୍ଚଳ ହୋଇଉଠିଛି। ତିନି ରଥର କମାର ସେବକମାନେ ଅରକଣ୍ଟା, ପନ୍ଦାରି, ବଳା ପ୍ରସ୍ତୁତି ସାରିବା ପରେ ପନ୍ଦାରି ଚାବି ଓ ଦଣ୍ଡା କଣ୍ଟା କାମକୁ ତ୍ୱରାନ୍ଵିତ କରିଛନ୍ତି। ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ଵରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/05/ratha-khala-1-1.jpg)