ଢିଙ୍କିଆରୁ ପୁଲିସ ହଟାଇବା ଦାବି: ୧୩ ରାଜନୈତିକ ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଲେ

Advertisment

୨୧ରେ ପ୍ରତିନିଧିମଣ୍ଡଳୀର ଢିଙ୍କିଆ ଗସ୍ତ

୨୧ରେ ପ୍ରତିନିଧିମଣ୍ଡଳୀର ଢିଙ୍କିଆ ଗସ୍ତ

ଢିଙ୍କିଆରୁ ପୁଲିସ ହଟାଇବା ଦାବି: ୧୩ ରାଜନୈତିକ ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଲେ

ଭୁବନେଶ୍ବର : ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଢିଙ୍କିଆର ସାଧାରଣ ଜନତାଙ୍କୁ ପୁଲିସର ଆକ୍ରମଣ ଓ ମିଥ୍ୟା ମକଦ୍ଦମା‌ରେ ସ୍ଥାନୀୟ ନେତାଙ୍କୁ ଗିରଫ କରାଯିବା ଘଟଣାର ପ୍ରତିବାଦରେ ଆଜି ୧୩ ବିରୋଧୀ ରାଜନୈତିକ ଦଳର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କୁ ଭେଟିଛନ୍ତି। ଢିଙ୍କିଆରୁ ପୁଲିସ ବଳ ହଟାଇବା, ଆନ୍ଦୋଳନକାରୀଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର, ଗିରଫ ନେତାଙ୍କୁ ଖଲାସ, ପୁଲିସର ଦମନଲୀଳା ବିରୋଧରେ ହାଇକୋର୍ଟ ତତ୍ତ୍ବାବଧାନରେ ଏସ୍‌ଆଇଟି ଦ୍ବାରା ତଦନ୍ତ ପାଇଁ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କ ନିକଟରେ ଦାବି ରଖିଥିଲା। ଏହି ସବୁ ଦାବି ସମ୍ବଳିତ ଏକ ସ୍ମାରକପ୍ରତ ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ତେବ‌େ ସାମ୍ବାଧାନିକ ବିଧି ବ୍ୟବସ୍ଥା ଅନୁସାରେ, ଉପରେ ଲୋକଙ୍କ ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ପ୍ରତିନିଧିମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଥିଲେ।

ସୂଚନାଯୋଗ୍ୟ, ଆସନ୍ତା ୨୧ ତାରିଖରେ ଏହି ପ୍ରତିନିଧିମଣ୍ଡଳୀ ଢିଙ୍କିଆ ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବ। ରାଜ୍ୟପାଳଙ୍କୁ ଆଜି ଭେଟିଥିବା ପ୍ରତିନିଧିମଣ୍ଡଳୀରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁ‌ନଗୋ, ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଜୟନ୍ତ ଦାସ, ସିପିଆଇ(ଏମ୍) ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକ, ରାଜ୍ୟ ସଂପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇ ଏମ୍ଏଲ୍ (ଲିବେରେସନ୍) ନେତା ମହେନ୍ଦ୍ର ପରିଡ଼ା, ଅଲ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସିପିଆଇଏମଏଲ୍(ରେଡ ଷ୍ଟାର) ରାଜ୍ୟ ସଂପାଦିକା ପ୍ରମିଳା ବେହେରା, ସିପିଆଇ ଏମଏଲ୍(ନ୍ୟୁ ଡେମୋକ୍ରେସୀ) ନେତା ଶ୍ରୀକାନ୍ତ ମହାନ୍ତି, ସମାଜବାଦୀ ପାର୍ଟି ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ଆମ ଆଦମୀ ପାର୍ଟି ରାଜ୍ୟ ମୁଖ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ, ଆରଜେଡି ନେତା ହେମନ୍ତ କୁମାର, ଆରପିଆଇ ରାଜ୍ୟ ସଭାପତି ଶେଖ୍ ଅବଦୁଲ୍ ଓ୍ବାଲି, ଏନ୍‌ସିପି ରାଜ୍ୟ ନେତା ବିକ୍ରମ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe