ଆଗାମୀ ଦିନରେ ନୂଆ ରୂପ ପାଇବ କଟକ: ଅର୍ଥମନ୍ତ୍ରୀ

Advertisment

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଆଗାମୀ ଦିନରେ ନୂଆ ରୂପ ପାଇବ କଟକ: ଅର୍ଥମନ୍ତ୍ରୀ

କଟକ: କଟକରେ ୭୪ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିରେ ଉଦବୋଧନ ଦେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ  ଦେଶର ସାର୍ବ୍ୟଭୌମ୍ୟ ଓ ଅଖଣ୍ଡତାକୁ ସର୍ବଦା କିପରି ବଜାୟ ରଖି ହେବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ବିକାଶ ପାଇଁ ସର୍ଵଦା ଚେଷ୍ଟା ଜାରି ରଖିଛନ୍ତି ଏବଂ ଆଗାମୀ ଦିନରେ କଟକ ଏକ ନୂଆ ରୂପ ପାଇବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଆଜି ବାରବାଟୀ ଷ୍ଟାଡିଅମରେ ପାଳିତ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ପରେଡରେ ମୋଟ ୪୦ଟି ଟ୍ରୁପ ଯୋଗ ଦେଇଥିଲେ। ଏଥିମଧ୍ୟରୁ ପୁଲିସ ବ୍ୟାଣ୍ଡକୁ ମିଶାଇ ୪ଟି ପୁଲିସ ଟ୍ରୁପ ପରେଡରେ ଅଂଶଗ୍ରହଣ କରିଥିଲେ। ଏହି ଦିବସ ଉପଲକ୍ଷେ କଟକର ମେଧାବୀ ଛାତ୍ରଛାତ୍ରୀ , ସମାଜସେବୀ , ପୁଲିସ ଅଧିକାରୀ ଓ ସାମ୍ବାଦିକମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟପଟେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କଟକରେ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୪ ଅତିରିକ୍ତ ଡିସିପି,  ୧୨ ଜଣ ଏସିପିପି ଓ ୫୦ ଅଧିକାରୀଙ୍କ ସମେତ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଥିଲେ|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe