ଦେଶାତ୍ମବୋଧ ପରିବେଶ ମଧ୍ୟରେ ଆରଏସ୍‌ପିରେ ସାଧାରଣତନ୍ତ୍ର ଦିବସ

Advertisment
ଦେଶାତ୍ମବୋଧ ପରିବେଶ ମଧ୍ୟରେ ଆରଏସ୍‌ପିରେ ସାଧାରଣତନ୍ତ୍ର ଦିବସ

ରାଉରକେଲା: ଭାରତର ୭୩ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ରାଉରକେଲା ଇସ୍ପାତ କାରଖାନା ଆନୁକୁଲ୍ୟରେ ସେକ୍ଟର ୬ସ୍ଥିତ ଇସ୍ପାତ ଷ୍ଟାଡିୟମ ଠାରେ ଦେଶାତ୍ମବୋଧ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏଚ୍‌ବି ରାଉରକେଲା ଇସ୍ପାତ କାରଖାନାର ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର କୁଣ୍ଡୁ, ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସିଆଇଏସଏଫ କଣ୍ଟିଜେଣ୍ଟଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହି ଉତ୍ସବ ଆନୁଷ୍ଠାନିକ ରୂପେ କୋଭିଡ ୧୯ ସମ୍ବନ୍ଧୀୟ ସରକାରୀ ମାର୍ଗଦର୍ଶିକାର କଡାକଡି ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଏସ ଆର ସୂର୍ଯ୍ୟବଂଶୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଏକେ ପ୍ରଧାନ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପି କେ ଶତପଥୀ, ସାମଗ୍ରୀ ପରିଚାଳନା ଓ ମାର୍କେଟିଙ୍ଗ ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ, ସି.ଆର. ମହାପାତ୍ର, ବିତ୍ତ ଓ ଲେଖା ବିଭାଗର ମୁଖ୍ୟ ମହାପ୍ରବନ୍ଧକ, ଏକେ ବେହୁରିଆ, ସିଆଇଏସଏଫ କମାଣ୍ଡାଣ୍ଟ, ଅଶୋକ ଜଲ୍ୱାନିଆ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ମୁଖ୍ୟ ଚିକିତ୍ସା ଅଧିକାରୀ, ଡକ୍ଟର ବି.କେ ହୋତା, ଦୀପିକା ମହିଳା ସଂଘତିର କାର୍ଯ୍ୟକାରୀ ଅଧ୍ୟକ୍ଷା, ଇନ୍ଦ୍ରାଣୀ କୁଣ୍ଡୁ, ଉପାଧ୍ୟକ୍ଷା, ଡକ୍ଟର ସୁମିତା ସାମଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପରେପରେ ଶ୍ରୀ କୁଣ୍ଡୁ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଏକ ଚିତ୍ର ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଯାହା ଇସ୍ପାତ ସହରର ପ୍ରତିଷ୍ଠିତ ଚିତ୍ରଶିଳ୍ପୀମାନେ ଇଣ୍ଡୋର ଷ୍ଟାଡିୟମ ଠାରେ ପୂର୍ବରୁ ଆୟୋଜିତ ଚାରୁକଳା କର୍ମଶାଳା ‘ଇସ୍ପାତ ବର୍ଣ୍ଣାଳି’ରେ ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe