ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ : ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ

Advertisment

ପ୍ରଥମ ଥର ପାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଥମ ଥର ପାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ : ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ପ୍ରଥମ ଥର ପାଇଁ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ । ପତାକା ଉତ୍ତୋଳନ ପରେ ରାଜ୍ୟପାଳ ପରେଡ ଅଭିବାଦନ ଗ୍ରହଣ କରିଥିଲେ | ଏହି ରଙ୍ଗାରଙ୍ଗ ପରେଡରେ ୪୮ଟି ଟ୍ରୁପ ସାମିଲ ହୋଇଥିଲେ । ଟ୍ରାଫିକ ଡିସିପି ସାଗରିକା ନାଥ ପରେଡରେ କମାଣ୍ଡ ଦାୟିତ୍ୱ ନେଇଥିଲେ । ସେପଟେ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀ ପରେଡରେ ଭାଗ ନେଇଥିଲେ ।

publive-image

ଏହା ସହିତ ପରେଡରେ ୧୨୦ ବାଟାଲିୟନ, ସିଆରପିଏଫ, ଆରପିଏଫ୍, ରାଜ୍ୟ ପୋଲିସର ଆଇଆର ବାଟାଲିୟନ , ଅଗ୍ନିଶମ, ଓଡ୍ରାଫ, ଏନସିସି, ସୈନିକ ସ୍କୁଲ ସାମିଲ ହୋଇଥିଲା । ଶେଷରେ ଗାନ୍ଧୀମାର୍ଗରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ଏଠାରେ ସୂଚନା ଥାଉ କି ସାଧାରଣତନ୍ତ୍ର ଦିବସ ଅବସରରେ ୫୦ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଲୋକସେବା ଭବନର କନଭେନସନ୍‌ ହଲ୍‌ରେ ଏହି ପଦକ ପ୍ରଦାନ କରିବେ।

ଏଡିଜି (ମୁଖ୍ୟାଳୟ) ବିନୟତୋଷ ମିଶ୍ର, ଆଇଜି (ଆଧୁନିକୀକରଣ) ରେଖା ଲୋହାନି, ପୁରୀ ଏସ୍‌ପି ଉମାଶଙ୍କର ଦାଶ, କଟକ ଡିସିପି ଅଖିଳେଶ୍ବର ସି˚ହ, ଭିଜିଲାନ୍ସ ଡିଏସ୍‌ପି ସରୋଜ କୁମାର ସାମଲ, ଇନ୍ସପେକ୍ଟର ହରିବନ୍ଧୁ ଭାତ୍ରା, ପ୍ରଣିତା କୁମାରୀ ରାଏ, ଏସ୍‌ଆଇ ସୁବାସ ଚନ୍ଦ୍ର ନାଏକ, ଡେପୁଟି ସୁବେଦାର ବୁଢିବାହାଦୁର ଥାପା, ହାବିଲଦାର ମେଜର ବୁଢା ସି˚ହ ଗୁରୁଙ୍ଗ, ହାବିଲଦାର ସରୋଜ କୁମାର ଭୋଇ, ସିପାହୀ ରଥ ଲାକ୍ରା, ସୁଶାନ୍ତ କୁମାର ମାଝୀ, କନଷ୍ଟେବଳ ପ୍ରତିମା ରାଉତଙ୍କୁ ରାଜ୍ୟପାଳ ପଦକ ଦିଆଯିବ। ସାହସିକତା ପାଇଁ ରାଉରକେଲା ଏସ୍‌ପି କେ.ଶିବ ସୁବ୍ରମଣି, ଅନୁଗୁଳ ଏସ୍‌ପି ଜଗମୋହନ ମୀନା, ଇନ୍ସପେକ୍ଟର ପ୍ରକାଶ କୁମାର କର୍ଣ୍ଣ, ଜ୍ୟୋତିର˚ଜନ ପତି, ଏସ୍‌ଆଇ ସଚ୍ଚିଦାନନ୍ଦ ବରିହା, ସୁବେଦାର ଆଶିଷ କୁମାର ସରକାର, ହାବିଲଦାର ପ୍ରମୋଦ ବାର୍ଲା, ମିଥୁନ୍‌ ପ୍ରଧାନ, ସନ୍ତୋଷ ଜୁଆଙ୍ଗ, କନଷ୍ଟେବଳ ସୁଶୀଲ ଦାଶ, ଆକାଶ ମହାପାତ୍ର, ଚନ୍ଦ୍ରମଣି ଭୋଇ, ସାମ ଧାଙ୍ଗଡ଼ାମାଝୀ, ଦିଲ୍ଲୀପ କୁମାର ଦନ୍ତା, ପ୍ରଶାନ୍ତ କୁମାର ବାରିକ, ଭୂବନ ସେଲ୍‌ମା, ସତ୍ୟନାରାୟଣ କଠାର, ଚୈତନ୍ୟ କିର୍ସାନି, ଘେନୁ ହନ୍ତାଲ, ସୁଧା˚ଶୁ ଭୂପତି, ରୁକଧର ନେଗି, ଲାନ୍ସନାଏକ ଶିବଶଙ୍କର ନାୟକ, ପବିତ୍ର ମୋହନ ନାୟକଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ।

ଏହା ବ୍ୟତୀତ ବିଶିଷ୍ଟ ସେବା ପାଇଁ ଡିଏସ୍‌ପି ପ୍ରମୋଦ କୁମାର ରଥ, ଭିଜିଲାନ୍ସ ଏଏସ୍‌ଆଇ ଶିବ ନାରାୟଣ ରଥଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ। ପ୍ରଶ˚ସନୀୟ ସେବା ପାଇଁ ଏଏସ୍‌ବି ଏସିପି ସୁଜିତ କୁମାର ଦଳାଇ, ଏସିପି ମାନସ ର˚ଜନ ଗଡ଼ନାଏକ, କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଇତି ଦାସ, ଇନ୍ସପେକ୍ଟର ରଜନୀକାନ୍ତ ସାମଲ, ଭରତ ଚରଣ ସାହୁ, ସ୍ମିତାରାଣୀ ମହାନ୍ତି, ଏସ୍‌ଆଇ ନିର˚ଜନ ତ୍ରିପାଠୀ, ସନ୍ତୋଷ କୁମାର ବାହିନୀପତି, କନଷ୍ଟେବଳ ସନାତନ ସାହୁ, ପ୍ରଶାନ୍ତ କୁମାର ସାହୁ, ଦୁର୍ଗାପ୍ରସାଦ ହୋତାଙ୍କୁ ପୁଲିସ ପଦକ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe