ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେବା ପାଇଁ କଳାକାର ସଂଘ ପକ୍ଷରୁ ନିବେଦନ

Advertisment

ଆନ୍ଦୋଳନ ପାଇଁ ଘୁମୁସର କଳାକାର ମଞ୍ଚର ସଜବାଜ 

ଆନ୍ଦୋଳନ ପାଇଁ ଘୁମୁସର କଳାକାର ମଞ୍ଚର ସଜବାଜ 

ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେବା ପାଇଁ କଳାକାର ସଂଘ ପକ୍ଷରୁ ନିବେଦନ

ଭଞ୍ଜନଗର : କରୋନା କଟକଣା ସାରା ବିଶ୍ୱରେ ମାନବ ସମାଜକୁ କବଳିତ କରିଥିବା ବେଳେ ସମାଜର ସବୁ ଶ୍ରେଣୀର ଲୋକଙ୍କୁ ପ୍ରଭାବିତ କରି ସାରିଛି। ଦୀର୍ଘଦିନ କଟକଣା ଜାରି ରହିଥିବାରୁ କଳାକାରମାନେ ଦୁର୍ବିସହ ଜୀବନ କାଟୁଛନ୍ତି। ଆର୍ଥିକ ସ୍ଥିତି ଭୁଷୁଡି ପଡିଥିବା ବେଳେ ସମସ୍ତ ରୋଜଗାରର ମାଧ୍ୟମ କଳାକାର ମାନଙ୍କ ପାଇଁ ବନ୍ଦ ରହିଛି। ବର୍ତ୍ତମାନ ସରକାର ଲୋକ ମାନଙ୍କ ଆର୍ଥିକ ପରିସ୍ଥିତିକୁ ନଜରରେ ରଖି କଟକଣା କୋହଳ କରିବା ସହ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି। ତେଣୁ ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମ ମେଲୋଡି ଭଳି ସାସ୍କୃତିକ କାର୍ଯ୍ୟକ୍ରମରେ ବର୍ତ୍ତମାନ ମଧ୍ୟ କଟକଣା ଜାରି କରିଥିବାରୁ କଳାକାରମାନେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେଲେଣି।

ଏନେଇ ଭଞ୍ଜନଗର ସହର ଆଖପାଖର କଳାକାର ମାନଙ୍କୁ ନେଇ ଘୁମୁସର ମିଳିତ କଳାକାର ସଂଘ ଗଠନ କରାଯାଇଛି। ଏହି ସଂଘ ପକ୍ଷରୁ ଆସନ୍ତା ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବେ କୋଭିଡ ନିୟମ ପାଳନ କରି ସେମାନଙ୍କ ଦାବି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣାଇବେ ବୋଲି ସୂଚନା ଦେଇଛନ୍ତି। ଏଥିପାଇଁ ସମସ୍ତ କଳାକାର ମାନଙ୍କୁ ନେଇ ସହରରେ ଏକ ପଦଯାତ୍ରା ହେବ ବୋଲି ସେମାନେ କହିଛନ୍ତି। ଏଥିପାଇଁ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରେ ପ୍ରସ୍ତୁତି ବୈଠକ ହୋଇଥିଲା । ଏଥିରେ ସଂଘର ଆବାହକ ରବି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକରେ ବହୁ କଳାକାର ଯୋଗ ଦେଇଥିଲେ।

କୋରୋନା କଟକଣା ଯୋଗୁଁ ଦୀର୍ଘ ୮ ମାସ ହେବ କଳାକାରଙ୍କ ଜୀବିକା ସତ୍ତାହୀନ ହୋଇପଡ଼ିଥିବା ବେଳେ ପରିବାରର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ତେଣୁ ନିଜର କଳା ପ୍ରଦର୍ଶନୀକୁ ଅନୁମତି ଦେବା ଏବଂ ନାଟକ, ମେଲୋଡି, ଭଜନ ସମାରୋହ ସହିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେବା ଦାବି ନେଇ ଘୁମୁସର ଅଞ୍ଚଳର ସମସ୍ତ କଳାକାର ବାଉଁସଲୁଣ୍ଡୀ ସ୍ଥିତ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରୁ ବାହାରି ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି। ମଞ୍ଚ କଳାକାର, ଲୋକନାଟକ, ବ୍ୟାଣ୍ଡ୍, ଡିଜେ ଏବଂ ଯାତ୍ରା ଜଗତର କଳାକାର ଏହି ବୈଠକରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe