ପ୍ରେମ ବିବାହ ଓ ପରୀକ୍ଷାରେ ସଫଳତା ପାଇଁ ମାଆଙ୍କୁ ଗୁହାରି

Advertisment

ହୁଣ୍ଡିରୁ ମିଳିଲା ଭଳିକି ଭଳି ଚିଠି

ହୁଣ୍ଡିରୁ ମିଳିଲା ଭଳିକି ଭଳି ଚିଠି

ପ୍ରେମ ବିବାହ ଓ ପରୀକ୍ଷାରେ ସଫଳତା ପାଇଁ ମାଆଙ୍କୁ ଗୁହାରି

ସମ୍ବଲପୁର: ‘‘ମାଆ ଗୋ’, ତୋ’ ପାଖକୁ ଏତିକି ଆଶା ନେଇ ଆସିଛି। ତୁ’ ମୋତେ ମୋ ପ୍ରେମ ରବୀନ୍ଦ୍ର ସହ ବାହା କରାଇ ଦେ। ତାହା ପୁଣି ସମସ୍ତଙ୍କ ସହମତିରେ। ଜୟ ମାଆ ଜଗତ୍‌ଜନନୀ ସମଲେଶ୍ବରୀ’’। ଝିଅଟିର ବାହାଘର ରବୀନ୍ଦ୍ର ସହ ହେବ କି ନହେବ ତାହା ତ’ ମାଆ ସମଲେଶ୍ବରୀଙ୍କୁ ଜଣା, କିନ୍ତୁ ମନ୍ଦିର ହୁଣ୍ଡିରୁ ମିଳିଥିବା ଏଭଳି ଚିଠି ଆଜି ବେଶ ଚର୍ଚ୍ଚା ସୃଷ୍ଟି କରିଛି।

ସୋମବାର ମହାଳୟା ପରବର୍ତ୍ତୀ ତିଥିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ଥିବା ହୁଣ୍ଡି ଖୋଲାଯାଇ ସେଥିରୁ ମିଳିଥିବା ଅର୍ଥ ଗଣା ଚାଲିଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ସେ ଭିତରୁ ବାହାରିଥିବା କିଛି ଚିଠି ବେଶ ଉତ୍ସୁକତା ସୃଷ୍ଟି କରିଥିଲା। ଆଉ ଏକ ଚିଠିରେ ଜଣେ ମାଆ ନିଜ ଝିଅକୁ ନିଟ୍‌ (ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା) ପାସ୍‌ କରାଇ ଦେବା ପାଇଁ ଗୁହାରି କରି ମାଆ ସମଲେଇଙ୍କୁ ଚିଠି ଲେଖିଥିଲେ। ସେହିପରି ଆଉ କିଛି ଚିଠି ବି ବଙ୍ଗଳା, ଓଡ଼ିଆ, ହିନ୍ଦୀ ଆଦି ଭାଷାରେ ଲେଖା ହୋଇ ହୁଣ୍ଡିରେ ପଡ଼ିଥିଲା। ସୋମବାର ହୁଣ୍ଡିରୁ ମୋଟ ୪ ଲକ୍ଷ ୫୯ ହଜାର ୮୦୯ ଟଙ୍କା ବାହାରିଥିବା ମାଆ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe