ଆନ୍ଧ୍ରର ଗୁଣ୍ଟୁରରେ ଫସିଥିବା ୧୮ ଶ୍ରମିକ ଉଦ୍ଧାର

Advertisment
ଆନ୍ଧ୍ରର ଗୁଣ୍ଟୁରରେ ଫସିଥିବା ୧୮ ଶ୍ରମିକ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ କାମଠଣା ଓ ଗୋଲାମୁଣ୍ଡା ବ୍ଲକ୍‌ ଲେତେର ଗ୍ରାମର କିଛି ଶ୍ରମିକ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରୁ ଉଦ୍ଧାର ହୋଇଛନ୍ତି। ସେଠାରେ ବନ୍ଧକ ପଡ଼ିଥିବା ଖବର ମିଳିବା ପରେ ପରିବାର ଲୋକେ ଉଦ୍ଧାର ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହୋଇଥିଲେ। ୧୮ ଜଣ ଶ୍ରମିକ କଳାହାଣ୍ଡିରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ପେଟା ଥାନା ଜିଚର୍ଲା ଗ୍ରାମର ଏକ ଇଟାଭାଟିରେ କାର୍ଯ୍ୟ କରିବାକୁ ଯାଇଥିଲେ।

ଭାଟି ମାଲିକ ଏ.ରାମା ଓ ଏଂକମା ରାଉତ ସେମାନଙ୍କୁ ନିର୍ଯାତନା ଦେଉଥିଲେ। ଘଟଣା ସମ୍ପର୍କରେ ଶ୍ରମିକମାନେ ନିଜ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ଜଣାଇବା ପରେ ସାମ୍ବାଦିକ ନୀଳମଣି ମଙ୍ଗରାଜଙ୍କ ନେତୃତ୍ୱରେ ସେମାନଙ୍କୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ଜିତମ ନାଏକଙ୍କ ଉଦ୍ୟମରେ ଶ୍ରମିକମାନେ ଉଦ୍ଧାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe