୨୨ ଦାଦନ ଉଦ୍ଧାର, ୨ ସର୍ଦ୍ଦାର ଜେଲ୍‌ ଗଲେ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ବସଷ୍ଟାଣ୍ଡ ଓ କଲେଜ ଛକରୁ ୨୨ ଜଣ ଦାଦନ ଶ୍ରମିକଙ୍କ ସହିତ ୮ଜଣ ଶିଶୁଙ୍କୁ ପୁଲିସ ଉଦ୍ଧାର କରିଛି। ପୁଲିସର ସୂଚନା ଅନୁସାରେ, ଖପ୍ରାଖୋଲ ଥାନା ତେଲେନପାଲି ଗ୍ରାମର ଦେବାନନ୍ଦ ମାଝୀ ଓ ବେଲପଡ଼ା ଥାନା କୁମ୍ଭାରଖାନ ଗ୍ରାମର କାର୍ତ୍ତିକ ଧରୁଆ ନାମକ ଦୁଇଜଣ ସର୍ଦ୍ଦାର ଏହି ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ଖବର ପାଇ ପୁଲିସ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ଦୁଇ ସର୍ଦ୍ଦାରଙ୍କୁ ଗିରଫ କରିଥିଲା। ବୁଧବାର ୨ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ଉଭୟ ସର୍ଦ୍ଦାରଙ୍କୁ କୋର୍ଟଚାଲାଣ କରିଥିଲା।

ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ‌ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଉଦ୍ଧାର ଦାଦନ ଶ୍ରମିକମାନଙ୍କୁ ସେମାନଙ୍କ ଗ୍ରାମକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ଝସକେତନ ଭୋଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe