image source-new indian express
ବ୍ରହ୍ମପୁର: ଫାଷ୍ଟଗେଟ୍ ନିକଟ ହନୁମାନମନ୍ଦିର ପାଖ ପୋଖରୀ ତୁଠରେ ଆଜି ଜଣେ ବ୍ୟକ୍ତିଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବଡ଼ବଜାର ପୁଲିସ ସେଠାରେ ପହଁଚି ଅନୁଧ୍ୟାନ କରିଥିଲା। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଡାକ୍ତରଖାନା ପଠାଇଥିଲା। ତେବେ ପୁଲିସର ପ୍ରାରମ୍ଭିକ ଅନୁଧ୍ୟାନରୁ ଶବଟି ଜଣେ ନିଖୋଜ ବ୍ୟକ୍ତିଙ୍କ ବୋଲି ଜଣାପଡ଼ିଥିଲା। ସେ ହେଲେ ଓମ୍ନଗର ଗୌର ବିହାର ଅଂଚଳର ହୃଷୀକେଶ ମହାପାତ୍ର (୪୨)। ମଙ୍ଗଳବାର ସନ୍ଧ୍ୟାରୁ ସେ ନିଖୋଜ ଥିଲେ। ଏନେଇ ପୁଲିସ୍ ଏକ ୨୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Follow Us