ବିରାଟ ପେଚା ଉଦ୍ଧାର

Advertisment
ବିରାଟ ପେଚା ଉଦ୍ଧାର

ଦେବଗଡ଼: ଦେବଗଡ଼ ବନାଞ୍ଚଳ ତିଲେଇବଣି ସେକ୍ସନ ଅନ୍ତର୍ଗତ କୁରଡ଼ ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରୁ ଆହତ ଅବସ୍ଥାରେ ଏକ ବିରାଟକାୟ ପେଚାକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଗ୍ରାମର ସୁଶିଲ ପ୍ରଧାନ, ପ୍ରେମାନନ୍ଦ ସାହୁ, ପୁପୁନ ବେହେରା ଦେଖିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ।

ସୂଚନା ପାଇ ତିଲେଇବଣି ଫରେଷ୍ଟଗାର୍ଡ ଭୋଲେଶ୍ୱର ସାହୁ ଉକ୍ତ ସ୍ଥାନରେ ପହଞ୍ଚି ଗୁରୁତର ପେଚାକୁ ଉଦ୍ଧାର କରି ଦେବଗଡ଼ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ପ୍ରାଣୀଧନ ବିଭାଗ ଚିକିତ୍ସକଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଇବା ସହ ଆହତ ପେଚା ସୁସ୍ଥ ହେବା ପରେ ସନ୍ଧ୍ୟାରେ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe